ଆତ୍ମାର ଅଧକ୍ଷ ଭାବେ ନିର୍ବାଚିତ ହେଲେ ଦୀନବନ୍ଧୁ
ପାପଡାହାଣ୍ଡି:( ୦୨/୦୯)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ କୃଷି ବିଭାଗ ର ବ୍ଲକ କୃଷି ପରାମର୍ଶଦାତା କମିଟି( ଆତ୍ମା )ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଦୀନବନ୍ଧୁ ବିଷୋୟୀ.ବ୍ଲକ କୃଷି କାର୍ଯ୍ୟଳୟ ସଭା କକ୍ଷ ଠାରେ ବ୍ଲକ କୃଷି ଅଧିକାରୀ ଶିବାନୀ ଗୋଛାୟତ,ସଭାପତିତ୍ୱ ରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଚିନ୍ମୟ ନାୟକ,ଉଦ୍ୟାନ କୃଷି ଅଧିକାରୀ ତେଜେଶ୍ୱନୀ ନାୟକ, ସହ କୃଷି ଅଧିକାରୀ ଏ.ଲବଣ୍ୟl,ସହକାରୀ କୃଷି ଅଧିକାରୀ ସାଗରିକା ଖରା, ଏଟିମ ଦେବଚନ ଭଟ୍ଟ,ରାଜେଶ ମିଶ୍ର ଉପସ୍ଥିତ ରହିଥିଲେ. ଏହି ବୈଠକ ରେ ନୂତନ ବିଏଫଏସି କମିଟି ର 20 ସଦସ୍ୟ କୁ ବିଭଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା.ଆତ୍ମା ର ନୂତନ ଅଧିକ୍ଷ ପାଇ ନିର୍ବାଚନ ହୋଇଥିଲା. ଏଥିରେ ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ ଓ ଦୀନବନ୍ଧୁ ବିଷୋୟୀ ଭାଗ ନେଇଥିଲେ. ଏଥିରେ ଦୀନବନ୍ଧୁ ବିଷୋୟୀ 15 ସଦସ୍ୟ ଙ୍କ ମତ ଗ୍ରହଣ କରି ଆତ୍ମା ଅଧିକ୍ଷ ଭାବେ ନିର୍ବାଚିତ ହୋଇଥିଲେ.ନୂତନ ଅଧିକ୍ଷ କୁ କୃଷି ବିଭାଗ କାର୍ଯ୍ୟଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

