ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ସଙ୍କଳ୍ପ ସପ୍ତାହ ପାଳିତି

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ସଙ୍କଳ୍ପ ସପ୍ତାହ ପାଳିତି

ଥୁଆମୂଳ ରାମପୁର:୬/୧୦ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ସେବା ଅଧିନରେ ଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ସଙ୍କଳ୍ପ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସଙ୍କଳ୍ପ ସପ୍ତାହ ପାଳନ ଅବସରରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୂତୀ ଓ ଶିଶୁ ମାନଙ୍କର ଟିକା କରଣ, ଅଭିବୃଦ୍ଧି, ଓ ସନ୍ତୁଳିତ ଖାଦ୍ୟ ଉପରେ ସଚେତନତା ସୃଷ୍ଟି କରିବା ଉପରେ ଅଧିକ ଧ୍ଯାନ ଦେବା ନେଇ ଏହି ସଙ୍କଳ୍ପ ସପ୍ତାହ ପାଳନ କରାଯାଇଛି। ଏଥିରେ ସମସ୍ତଙ୍କ ଆଙ୍କାକ୍ଷା ସମସ୍ତଙ୍କ ବିକାଶ ଦିଗରେ ଗୁରୁତ୍ୱ ଦିଆଯାଇଛି। ଯାହାକି ଶିଶୁ ମାନଙ୍କର ଅଭିବୃଦ୍ଧି ନିରୀକ୍ଷଣ ପ୍ରାଧାନ୍ୟ ରହିଅଛି। ସାମାଜରେ ପ୍ରାୟତଃ ଅଧିକାଂଶ ସମୟରେ ଗର୍ଭବତୀ, ପ୍ରସୂତୀ ତଥା ଶିଶୁଙ୍କର କ୍ଷେତ୍ରରେ ଅବହେଳା କରୁଥିବା ଘଟଣା ଯାହାକି ଗର୍ଭବତୀ, ପ୍ରସୂତୀ ଙ୍କ ରକ୍ତ ହିନତା ଓ ଶିଶୁ ଙ୍କ କ୍ଷେତ୍ରରେ ପୁଷ୍ଟି ହିନତା ଭୋଗୁଛନ୍ତି ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଧିକାଂଶ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ଖୋଲାଯାଇ ଏହାକୁ ରୋକିବାରେ ସକ୍ଷମ ହୋଇଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଗର୍ଭବତୀ ପ୍ରସୂତୀ ଶିଶୁ ମାନଙ୍କୁ ଯତ୍ନବାନ ହେବା ପାଇଁ ବିଭିନ୍ନ ପ୍ରକାରର ଶିକ୍ଷା ଓ ସଚେତନତା ସୃଷ୍ଟି କରାଯାଉଛି। ସଙ୍କଳ୍ପ ସପ୍ତାହ ଏହା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏଥିରେ ଗର୍ଭବତୀ ପ୍ରସୂତୀ ଓ ଶିଶୁ ମାନେ ଅଂଶଗ୍ରହଣ କରିଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ ସେବା ଅଧିକାରିଣୀ ଶ୍ରୀମତୀ ସବିତା ସମାଦରା ଙ୍କ ତତ୍ଵାବଧାନରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ମହିଳା ପରିଦର୍ଶିକା ଓ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତ ରେ ସଙ୍କଳ୍ପ ସପ୍ତାହ ପାଳନ କରା ଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ତାଲିମ ଶିବିର  

Sunil Chandra Nayak

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

masiha

ମହିଳା କଲ୍ୟାଣକାରୀ ସୁଭଦ୍ରା ଯୋଜନା ଲୋକାର୍ପଣ ଶୁଭ ଅବସରରେ ରାଇରଙ୍ଗପୁର ବ୍ଲକ ରେ ଆୟୋଜିତ ହେଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!