ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ଠାରେ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ

କୋମନା ଠାରେ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ

ନୂଆପଡା -୧/୮ ନୂଆପଡା ଜିଲ୍ଲା କୋମନା ବ୍ଲକ ପଲସିପାଣି ଗ୍ରାମ ପଂଚାୟତ ସୁବିଧା କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ଓଡିଶା କୃଷି ମରୁଡି ପ୍ରଶମନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇ ଯାଇଛି,ଉକ୍ତ କାର୍ଯ୍ୟକ୍ରମ ରେ, ସହଜେଠ, କାସିପଲା, ପାଳସିପାଣି, ସିଲଭା , ପଟପରପାଲି, ଛିଣ୍ଡପାଣି ଏମିତି ୬ ଗୋଟି ଗ୍ରାମର ୫୦ ଜଣ ଚାଷୀ ଙ୍କୁ ନେଇ କାର୍ଯକ୍ରମ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ ଅନ୍ତର୍ଜାତୀୟ ଧାନ ଗଭୀଷଣା କେନ୍ଦ୍ରର ବିଶେଷଜ୍ଞ ଦିଲ୍ଲୀପ ରାଉତ, ସମ୍ପଦ ନାୟକ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ରବି ସୋରେନ ଓ ବୈଜ୍ଞାନିକ ଅନୁଜ କୁମାର ରାୟ, ଗୋଷ୍ଠୀ କୃଷି ଅଧକାରୀ ସଂଗୀତା ମେହେର ଉପସ୍ଥିତ ରହି ଚାଷୀ ମାନଙ୍କୁ ଧାନ ଚାଷ ଓ ଆଗାମୀ ଦିନରେ କିପରି ଗୁଣାତ୍ମକ ଧାନ ବିହନ ଉତ୍ପାଦନ କରି ପାରିବେ ତାର ବୈଷୟିକ ଜ୍ଞାନ କୌଶଳ ଉପରେ ତାଲିମ ଦେଇ ଥିଲେ,ଉକ୍ତ କାର୍ଯ୍ୟକ୍ରମରେ ବିହନ ବିଶୋଧନ, ତଳି ରୋପଣ, ମୁଖ୍ୟ କ୍ଷେତ ରୋପଣ, ସାର ପରିଚାଳନା, ରୋଗ ଓ ପୋକ ପରିଚାଳନା, ଜଳ ପରିଚାଳନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ତରଫରୁ ରୋଗ ଓ ପୋକ ପରିଚାଳନା ଓ ବିହନ ଉତ୍ପାଦନ ପ୍ରସ୍ତୁତି ପୁସ୍ତକ ପ୍ରଦାନ କରାଯାଇଥିଲା, ଭରସା ଅନୁଷ୍ଠାନ ମୁଖ୍ୟ ଛତ୍ରଧର ଦଣ୍ଡସେନା ପରିଚାଳନା କରି ଥିବା ବେଳେ IRRI କର୍ମଚାରୀ, ଆଶିଷ କୁମାର ଖମାରୀ, ଜଗନ୍ନାଥ ଜେନା, ଦିବାକର ଠେଲା, ବିଶ୍ଵାମିତ୍ର ସାହୁ, ଅନନ୍ତ ଦୀପ, ଋଷି ନାଗ, ଅତିରିକ୍ତ କୃଷି ଅଧିକାରୀ କୁଶ ଧରୁଆ, କୃଷି ଗ୍ରାମ ସେବକ ଶୀତମ ମୋଟାରୀ, ସରସ୍ବତୀ ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିବାରେ ସହଯୋଗ କରି ଥିଲେ!

Related posts

ଜାଗ୍ରତ ଜଳେଶ୍ୱର ପକ୍ଷରୁ ୫୭ ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

masiha

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!