ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ନଵଙ୍କ ବିଜାତଳାରେ ନିର୍ବାଚନ ପ୍ରଚାର ଏବଂ ରାଇରଙ୍ଗପୁରରେ ରୋଡ଼ ସୋ

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ନଵଙ୍କ ବିଜାତଳାରେ ନିର୍ବାଚନ ପ୍ରଚାର ଏବଂ ରାଇରଙ୍ଗପୁରରେ ରୋଡ଼ ସୋ

ମୟୂରଭଞ୍ଜ-୩୦/୦୫ ( ମସିହା)ଭାରତରେ ଷଷ୍ଠ ପର୍ଯ୍ୟାୟ ତଥା ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଅନ୍ତିମ ଦିବସ ।ରାଜନୈତିକ ଦଳ ମଧ୍ୟରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ।ଓଡ଼ିଶାରେ ଦିର୍ଘ ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦିତାମୂଳକ ଲଢେଇ ନାମାଙ୍କନ ଦାଖଲ ଠାରୁ ଆରମ୍ଭ ହୋଇଛି ।ବିଜେପି ତା’ର ର ସମସ୍ତ ପ୍ରଚେଷ୍ଟା କୁ ଜୋରଦାର ଲଗେଇଛି ।ଆଜି ନିର୍ବାଚନ ପ୍ରଚାରରେ ଅନ୍ତିମ ଦିବସରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜାତଳା ବ୍ଳକର ଭରଣ୍ଡିଆ ଖେଳ ପଡ଼ିଆରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ମଧ୍ୟାହ୍ନରେ ହେଲିକେପ୍ଟର ଯୋଗେ ଆସି ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ବିଜେପି ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ,ସାରସକଣା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ଚନ୍ଦ୍ର ହାଁସଦା, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଲେନ ନାଏକ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଜ୍ୟ ବିଜେପି କାର୍ଯ୍ଯ କାରିଣୀ ସଦସ୍ଯ ସଂଜୀବ ମହାନ୍ତି,ଜିଲ୍ଲା ସଂପାଦକ ମନୋଜ ଦାସ, ଜିଲ୍ଲା ଉପସଭାପତି ସରୋଜ ମହାନ୍ତ,କେନ୍ଦୁଝର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ,ସମେତ ଜିଲ୍ଲା ନେତୃବୃନ୍ଦ,ବ୍ଳକ ଓ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ସାମିଲ ହୋଇଥିଲେ । ଅଶ୍ବିନୀ ବୈଷ୍ଣବ ରେଳ ଓ ଆଇଟି ମନ୍ତ୍ରୀ ଥିବାବେଳେ ତାଙ୍କର ରିପୋର୍ଟ ଇ କାଗଜ ସାଧାରଣରେ ଉପସ୍ଥାପନ କରିଥିଲେ ।ଓଡ଼ିଶାରେ ତାଙ୍କ କାର୍ଯ୍ୟ ସମୟରେ ରେଳ ଓ ଟାଓ୍ବାର ନିର୍ମାଣର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଫୋକସ ଓଡ଼ିଶାର ପ୍ରଗତିକୁ ଗୁରୁତ୍ଵ ଦେଇଛନ୍ତି । ସରକାର ଆସିଲେ ବିଜେପି ତା’ର ଇସ୍ତାହାର ପୂରଣ କରିବ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାରଚର,୩ ଗୁଣା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ସହ ସେମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ,ଆୟୂଷ୍ମାନ ଯୋଜନା ଲାଗୁ,ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେବେ । ଭାରତର ବିକାଶ ଓ ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ତାଙ୍କର ଭାଇ ସାଂସଦ ନବ ଚରଣ ମାଝୀ ଓ ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ପଦ୍ମ ଫୁଲରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ।ମୁଣ୍ଡଫଟା ପ୍ରବଳ ଖରା ସତ୍ବେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

 ପରେ ଭରଣ୍ଡିଆରୁ ରାଇରଙ୍ଗପୁର ସହର ୭ କିମି ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କାର୍ଯକ୍ରମ ରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ରାସ୍ତାକଡ଼ରେ ଠିଆ ହୋଇଥିବା ଜନ ସାଧାରଣଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇବା ସହ ପ୍ରାର୍ଥୀ ମାନଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ଆଗମନରେ ଦଳୀୟକର୍ମୀମାନେ ବହୁତ ଉତ୍ସାହିତ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

masiha

ଜୟପାଟଣା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

masiha

ବରିଷ୍ଠ ଆଇନଜୀବୀ ବଳବନ୍ତ ଉଗ୍ରସେନ ପଟନାୟକଙ୍କ ପରଲୋକ , ରାୟଗଡ଼ା ଓ କାଶୀପୁର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!