ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ରରେ ନଖୋଜ ଯୁବକଙ୍କ ପତ୍ତା ମିଳୁନି ୩ ମାସ ହେଲା ଚିନ୍ତାରେ ପରିବାର

ଆନ୍ଧ୍ରରେ ନଖୋଜ ଯୁବକଙ୍କ ପତ୍ତା ମିଳୁନି

୩ ମାସ ହେଲା ଚିନ୍ତାରେ ପରିବାର

ରାୟଗଡା /ବନ୍ଧୁଗାଁ, ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ହସ୍ପିଟାଲକୁ ଯାଇଥିବା ବନ୍ଧୁଗାଁ ସଦର ପଞ୍ଚାୟତ ଅନ୍ତର୍ଗତ ତୁରୁକୁପେଟା ଗ୍ରାମର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି | ତିନି ମାସ ପରେ ମଧ୍ୟ ଯୁବକଙ୍କ ଖୋଜଖବର ମିଳୁ ନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ,ତୁରୁକୁ ପେଟା ଅବସରପ୍ରାପ୍ତ ଶିକ୍ଷକ ଦେବକିଶୋର ପଟ୍ଟନାୟକଙ୍କ ପୁଅ ବିକ୍ରମାଦିତ୍ଯ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ୩ମାସ ତଳେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ହସ୍ପିଟାଲକୁ ଚିକିତ୍ସିତ ହେବା ପାଇଁ ଯାଇଥିଲେ । କିନ୍ତୁ ବିକ୍ରମାଦିତ୍ୟ ପାର୍ବତୀପୁରମ ଅଞ୍ଚଳରେ ନିଖୋଜ ହୋଇଯାଇଥିଲେ | ଏହା ଜାଣିବା ପରେ ବିକ୍ରମାଦିତ୍ୟଙ୍କ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ | ଏ ନେଇ ବିକ୍ରମାଦିତ୍ୟଙ୍କ ବାପା ପାର୍ବତୀପୁରମ ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ସ୍ଥାନରେ ଖୋଜାଖୋଜି କଲେ ମଧ୍ୟ ବିକ୍ରମାଦିତ୍ୟଙ୍କ ଖୋଜଖବର ମେଳୁନଥିଲା |ପରିବାର ଲକେ ଦୁଃଖ ରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।କେହି ଦେଖନ୍ତି ତେବେ ମୋବାଇଲ ନଂ- ୭୮୪୮୦୨୨୬୭୨କୁ ଯୋଗାଯୋଗ ପାଇଁ ଦେବକିଶୋର ପଟ୍ଟନାୟକ ଅନୁରୋଧ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲିଯାତ୍ରାରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

masiha

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!