ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫।

୧୮୪୧ ଟି ମାମଲା ଫଇସଲା….

କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ସ୍ନିଗଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୦ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୧,୨୨,୬୫,୮୩୮ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୧ ଟି ଦେୱାନୀ ମକଦ୍ଦମା ଫଇସଲା କରାଯାଇଥିଲା,ବିଚାର ଯୋଗ୍ୟ ୨୧୭ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା-୧୩୮)୧୫ଟି ଫଇସଲା କରାଯାଇ ଟ.୩୮,୯୫,୧୮୧ ଟଙ୍କା ଆଦାୟ କରାଯାଇଥିଲା। ବିବାହ ଜନିତ ମକଦମା ୭ ଗୋଟି ଫଇସଲା କରାଜାଇଥିଲା । ରାଜସ୍ୱ ମକଦ୍ଦମା ୯୯୯ଟି ଫଇସଲା କରାଯାଇ ଟ.୮,୫୦,୭୦୭ ଟଙ୍କା ଆଦାୟ କରା ଯାଇଥିଲା ଓ ୫୨୨ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ୧,୪୯,୩୭,୮୮୭, ଟଙ୍କା ଆଦାୟ କରାଯାଇଥିଲା। ଲୋକ ଉପଯୋଗି ସେବା ସମ୍ବନ୍ଧୀୟ ବିବାଦ ୨୫ ଗୋଟି ଫଇସଲା କରାଯାଇ ଟ.୬୪୦୦|-ଙ୍କା ଆଦାୟ କରାଯାଇଥିଲା । ୧୩ ଗୋଟି ମନି ରିକୋଭରି କେଶ ଫଇସଲା କରାଯାଇ ଟ.୧୩୨୯୮୬୦|-ଙ୍କା ସମାଧାନ କରାଯାଇଥିଲା । କଞ୍ଜୁମର ବିବାଦ ୨ ଗୋଟି ମାମଲା ଫଇସଲା କରାଯାଇ ଟ.୩୧୬୩୪୧ ଟଙ୍କା ସମାଧାନ କରାଯାଇଥିଲା ।ଏହି ଲୋକ ଅଦାଲତରେ ଭିଜଲାନ୍ସ ଜଜ୍ ଶ୍ରୀ ବଦ୍ରି ନାରାୟଣ ନନ୍ଦ, ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ସିନିୟର ସିଭିଲ ଜଜ୍, ସୁଦିପ୍ତା ଦେହୁରି, ସିନିୟର ସିଭିଲ ଜଜ୍ ମହିଳା କୋର୍ଟ,ମନସ୍କନ ରଥ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, କଳାହାଣ୍ଡି, ସ୍ନିଗଧା ପଣ୍ଡା, ,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଧା ଶର୍ମା, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ପୁଜା ପ୍ରିୟଦର୍ଶୀନି ପତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ (FTSC) ଯଦୁମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ବିମାକମ୍ପାନୀ ଓକିଲ ଦିବ୍ୟରଞନ ବହିଦାର, ପରମାନନ୍ଦ, ସୁରେଶ କୁମାର ପାତ୍ର ଓ ଓକିଲ ସଂଘ ସଭାପତି ସୁଧାଂଶୁ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ ତମ ଜୟନ୍ତୀ ପାଳନ

Sunil Chandra Nayak

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

Sunil Chandra Nayak

କମ୍ପ୍ୟୁଟର ଦୋକାନୀ ମାନଙ୍କ ବୈଠକ 

masiha

Leave a Comment

error: Content is protected !!