ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଯୁବା ହାଟ ପଦା ଠାରେ ରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ମାନଙ୍କ ପାରମ୍ପାରିକ ବାଦ୍ୟ, ଅସ୍ତ୍ର ଶସ୍ତ୍ର ଧରି ମୁଖ୍ୟ ଅତିଥି ଆଦିବାସୀ ସଂଘ ର ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ମହାଶଚିବ ତଥା ରାଜ୍ୟ ସଭା ସାଂସଦ ଶ୍ରୀ ଯୁକ୍ତ ନିରଞ୍ଜନ ବିଶି ଙ୍କ ସହ ଅତିଥି ମାନଙ୍କୁ ଯୁବା ଗାଁ ପରିକ୍ରମା କରିଥିଲେ। ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ଜଣାଇଥିବା ବେଳେ ଆଦିବାସୀ ପାରମ୍ପରିକ ସଂଗୀତ ଗାୟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ନିରଞ୍ଜନ ବିଶି ମଞ୍ଚାସୀନ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲକୃଷ୍ଣ ଶବର ସମ୍ପାଦକ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସଭାପତି ଶ୍ୟାମ ସୁନ୍ଦର ଭୋଇ, ନୂଆପଡ଼ା ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ଭାନୁପ୍ରତାପ ସିଂ ମାଝୀ ,ଜିଲ୍ଲା ଆଦିବାସୀ ସଂଘ ର କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ତୁମନିଆ ବେଲପଡ଼ା ବ୍ଲକ ସଭାପତି ରସିକ ଧରୁଆ , ସଇଁତଳା ବ୍ଲକ ସଭାପତି ସନ୍ତୋଷ ପୁଟା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ, ଅଧ୍ୟକ୍ଷ ବ୍ରଜମୋହନ ବିଷୋୟୀ,ମୁରିବାହାଲ ବ୍ଲକ ସଭାପତି ରାଜୀବ କୂଅର, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ , ଦେଓଗାଁ ବ୍ଲକ ସଭାପତି ସୁରଥ ଧାରୁଆ, ତୁରକେଲା ବ୍ଲକ ସଭାପତି ଚୌବନ ମାଝୀ , ପାଟଣାଗଡ଼ ବ୍ଳକ ସଭାପତି ଭୁବନେଶ୍ବର କୂଅର ପାଟଣାଗଡ଼ ସମ୍ପାଦକ ସାରଥି ବାଗ, ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ଉପଦେଷ୍ଟା ଜୟରାମ ଶବର, ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନେ ଆଦିବାସୀ ପରମ୍ପରାକୁ ବାଦ୍ୟ ନୃତ୍ୟ କୁ ବଜାୟ ରଖିବା ସହ ଜଙ୍ଗଲ ଜମିକୁ ସୁରକ୍ଷା ଦେବା ପାଇଁ ନିଜ ନିଜ ମତବକ୍ତବ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ମଞ୍ଚ ପରିଚାଳନା କରିଥିଲେ।ଓ ଧନ୍ଯବାଦ ଆଉ ଦେଇଥିଲେ। ପରେ ଆଦିବାସୀ ମାନଙ୍କ ଦ୍ବାରା ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ଆତ୍ମା କମିଟି ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ପ୍ରଦାନ

Sunil Chandra Nayak

ଆଞ୍ଚଳିକ ଓଡିଶା ଇତିହାସ କଂଗ୍ରେସ ଅଧିବେଶନ:୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!