ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

ରାଉରକେଲା :ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ଯରେ ଛେଣ୍ଡସ୍ଥିତ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି | ଲେଖକ ସାମ୍ମୁଖ୍ଯର ମୁଖ୍ଯ ଉପଦେଷ୍ଟା ଇଂ.ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡିଆ ଜାତିର ସୌନ୍ଦର୍ଯ୍ଯ ବୋଧ ଶୀର୍ଷକରେ ଆଲୋଚନା କରିବାକୁ ଯାଇ କହିଲେ ଯୁଗେ ଯୁଗେ ଏ ଜାତି ସୌନ୍ଦର୍ଯ୍ଯ ପିପାସୁ ,ତା’ର କଳା ସଂସ୍କୃତି ଓ ପରିବେଶରେ ସର୍ବଦା ମନ ମୁଗ୍ଧକର ସୌନ୍ଦର୍ଯ୍ଯରେ ପରିପୂର୍ଣ୍ଣ ଥାଏ | ମୁଖ୍ଯବକ୍ତା ଭାବେ ପ୍ରଧ୍ୟାପକ ଡ.ଅଶ୍ବିନୀ କୁମାର ରାୟ ତାଙ୍କ ଭାଷଣରେ ସେ ଓଡିଆ ଜାତିର ଜୀବନ ଜୀବିକା ଛନ୍ଦମୟ କଳାତ୍ମକ ଅଭିବ୍ଯକ୍ତି, ଲାସ୍ଯମୟୀ କୋଣାର୍କର ଅଳସୀ କନ୍ଯାର ଓଠରେ ଲାବଣ୍ଯବତୀର ନୀଳପ୍ରୀତିର ସମ୍ଭାଷଣ,ଏ ଜାତିର ସାହିତ୍ଯ-ସଂଗୀତ ଓ ସଂସ୍କୃତିରେ ଅନନ୍ଯ ରୂପ, ତାରକସୀ,ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଦୃଶ୍ଯ , ମାଣବସା ଝୋଟି,କୃଷି କର୍ଷଣ, ସମ୍ବଲପୁରୀ ବାନ୍ଧଶାଢୀ, ଜାତୀୟ କଳା କାବ୍ଯ କୋଣାର୍କରେ ଏ ଜାତିର ସୌନ୍ଦର୍ଯ୍ଯ ବହୁ ଭାବେ ପ୍ରତିଭାତ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଲେଖକ ସାମ୍ମୁଖ୍ଯର ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ସାମ୍ମୁଖ୍ଯର ଆଭିମୁଖ୍ଯ ଓ ଆଗାମୀ କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ମହାଶ୍ବେତା ସାହୁ ଓ ନିକୁଞ୍ଜ ବିହାରୀ ଦାଶ ସୁନ୍ଦର ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯ୍ଯାୟରେ ଡା.ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ବ ଓ କବି ହୃଶିକେଷ ସାହୁ,କବୀ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାଶ,ପ୍ରତାପ ପଣ୍ଡା,ଗୌତମ ଦାସ, ଦିବାକର ଦାଶ,ଉପେନ୍ଦ୍ର ବସ୍ତିଆ, ଦେବେନ୍ଦ୍ର ବଳ,ବଳରାମ ଦାଶ,ପ୍ରତାପ ରୁଦ୍ର ତ୍ରିପାଠୀ,ଅଜୟ ମହାନ୍ତି,ବିକ୍ରମ ଆଚାର୍ଯ୍ଯ,ନବଘନ ସାମଲ,ବ୍ରହ୍ମାନନ୍ଦ ପାଢୀ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବ୍ରଜ କିଶୋର ପାଣି,ଉପେନ୍ଦ୍ର ପ୍ରଧାନ,ସୂର୍ଯ୍ଯମଣୀ ପଣ୍ଡା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଧୁସୂଦନ ପାଠାାରର ସାଧାରଣ ସଂପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ପୋଲସରା ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଏବଂ ଗୃହପ୍ରବେଶ

Sunil Chandra Nayak

ନୂଆପଡ଼ାରେ ପର୍ଯ୍ୟଟନ ବିକାଶ ନେଇ ବୈଠକ; ଜିଲ୍ଲାକୁ ‘ଟୁରିଜମ୍ ହବ୍’ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ପର୍ଯ୍ୟଟନ ସମ୍ଭାବନାର ପ୍ରଚାର-ପ୍ରସାର ସହ ନିବେଶ ଓ ସହଭାଗିତା ଉପରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!