ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ 

ଆସିକା,୩୦/୮/୨୫ — ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରୀୟ ଏକ ସ୍କ୍ୱାର୍ଡ ଟିମ ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ର ଓ ସେବା ସମବାୟ ସମିତି ଗୁଡିକରେ ଚଢ଼ାଉ କରିଛନ୍ତି । ଏହି ଟିମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା, ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଧରାକୋଟ ପୋଲିସ ସହାୟତାରେ ଢଉ ଗାଁ ସ୍ଥିତ ଜୁଆରି ଅଗ୍ରୋ, ଭଣ୍ଡାରିବସା ସ୍ଥିତ ସତ୍ୟସାଇ ଫର୍ଟିଲାଇଯାର ଏବଂ ସମବାୟ ସମିତି ଗୁଡିକର କାଗଜ ପତ୍ର ଯାଞ୍ଚ କରିବା ସହ ସାର ଗୋଦାମ ଗୁଡ଼ିକର ତନଖି କରିଥିଲେ । ୟୁରିଆ ସାରର କଳାବଜାରୀ ରୋକିବାକୁ ଟିମ ତରଫରୁ ଏପରି ଚଢ଼ାଉ କରାଯାଇଥିବା ବେଳେ ଗଚ୍ଛିତ ସାର କୁ ଚଢ଼ା ଦରରେ ନବିକ୍ରୀ କରିବା ପାଇଁ ବ୍ଲକ କୃଷି ଅଧିକାରୀ ସମସ୍ତଙ୍କୁ ତାଗିଦ କରିବା ସହ ନିୟମ ଖିଲାପ କାରି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ: ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ 

masiha

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

Sunil Chandra Nayak

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!