ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ମହାସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ମୟୂରଭଂଜ – ୩୧/୦୮ — ଆଜି ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ । ସାରା ଓଡ଼ିଶା ସହରାଞ୍ଚଳ ଉତ୍ସବ ମୁଖର । ଏହି ଅବସରରେ ରାଇରଙ୍ଗପୁର ପୌରପାଳିକା ତରଫରୁ ମହାସମାରୋହରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି । ଆଜି ସକାଳେ ରାଇରଙ୍ଗପୁର ପୌରାଞ୍ଚଳରେ ବିଭିନ୍ନ ସ୍ଥାନରେ ସ୍ଥାପିତ ଭାରତ ଏବଂ ଓଡ଼ିଶାର ବରପୁତ୍ର ଓ ପୁତ୍ରୀ ମାନଙ୍କର ପ୍ରତିମୂର୍ତିରେ ପୌରପାଳିକା ତରଫରୁ ପୁଷ୍ପମାଲ୍ୟ ଦିଆଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ମୁଖ୍ୟ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟନାୟକଙ୍କ ଦ୍ଵାରା ପତକା ଉତ୍ତୋଳନ କରାଯାଇଥିଲା ।ପରେ ପଡ଼ିଆରେ ପୌରଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ତରଫରୁ ପେରେଡ ଅଭିବାଦନ ଗ୍ରହଣ କରିଥିଲେ ।ମୁଖ୍ୟ ଅତିଥି କହିଥିଲେ ଦିର୍ଘ ୩.୫ ବର୍ଷ ମଧ୍ୟରେ ରାଇରଙ୍ଗପୁର ପୌରପାଳିକା ତରଫରୁ ବହୁବିଧ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇଛି ।କଲ୍ୟାଣ ମଣ୍ଡପ,ରାସ୍ତାଘାଟ, ଆକର୍ଷଣୀୟ ବିର୍ସାମୁଣ୍ଡା ପାର୍କ,ସେଲଫି ପଏଣ୍ଟ,ଆଶ୍ରୟ ଗୃହ,ବୃକ୍ଷରୋପଣ, ଯୋଗାସାନ,ମହତାବ ଭବନ,ଜାଗା ମିଶନ,ଜିମ୍ ପଏଣ୍ଟ, ବଡ଼ବନ୍ଧ ବୋଟିଂ ,ଜଳାଶୟ ଉନ୍ନତିକରଣ, ସହର ଆଲୋକୀକରଣ, ଆକର୍ଷଣୀୟ ପୌରପାଳିକା କାର୍ଯ୍ଯାଳୟ,ପ୍ରଭୃତି କରାଯାଇଛି ।ଆଗକୁ ମଧ୍ୟ ବହୁତ ଉନ୍ନତିମୂଳକ କାଯ୍ଯକ୍ରମ ହାତକୁ ନିଆଯିବ । ରାଇରଙ୍ଗପୁର ସହରକୁ ସବୁଜ,ସୁନ୍ଦର ଓସ୍ବଚ୍ଛତା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।ତଥାପି ବହୁତ କାମ ଅଛି ।ରାଇରଙ୍ଗପୁର ସହରବାସୀଙ୍କ ଅକୁଣ୍ଠ ସହଯୋଗ ,ପୌରପାଳିକାର ଦକ୍ଷ ବିଭାଗୀୟ ଅଧିକାରୀ, କର୍ମଚାରୀ ବୃନ୍ଦ,ସଫେଇ କର୍ମଚାରୀ,ପୌରପାଳିକାର ସମସ୍ତ କାଉନସିଲର ମାନଙ୍କର ମିଳିତ ପ୍ରୟାସରେ ଏବଂ ସହଯୋଗରେ ଏହା ସମ୍ଭବ ହୋଇଛି ।ଆଜି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାଷୀ ମାଧ୍ଯମରେ ରାଇରଙ୍ଗପୁର ପୌରପାଳିକାର ଦୁଇଟି କଲ୍ୟାଣ ମଣ୍ଡପ ଲୋକାର୍ପିତ କରିଛନ୍ତି ।ପରେ ସାୟତ୍ତ ଶାସନ ଦିବସ ଅବସରରେ ଆୟୋଜିତ ହୋଇଥିବା ଵିଭିନ୍ନପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଵୃନ୍ଦ ପୁରସ୍କୃତ କରିଥିଲେ ।ତଦସହ ପେରେଡରେ ଅଂଶ ଗ୍ରହଣ କରିଥିବା ଶ୍ରେଷ୍ଠ ବିବେଚିତ ହୋଇଥିବା ସ୍କୁଲକୁ ଅତିଥି ସିଲଡ୍ କପ୍ ଦେଇ ପୁରସ୍କୃତ କରିଥିଲେ ।ସଂନ୍ଧ୍ୟାରେ ସ୍ଥାନୀୟହରେକୃଷ୍ନ ମହତାବ ଭବନ ପରିସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପୌର ଉପାଧ୍ଯକ୍ଷା ମମିତା ଚୌଧୂରୀ, ରାଇରଙ୍ଗପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ସମସ୍ତ କାଉନସିଲର ବୃନ୍ଦ ମନ୍ତ୍ରୀ ଇଂ ମୃତ୍ଯୁଞ୍ଜୟ ପହି,ସମ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

