ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

ପ୍ରଥମ ପର୍ଯ୍ୟାୟରେ ୩୪୫୬ ଶିଶୁ ଏବଂ ୭୭୮ ଗର୍ଭବତୀ ଙ୍କୁ ଟୀକାକରଣ ଲକ୍ଷ୍ୟ

କୋଲନରା :୧୧/୦୯ ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି କୋଲନରା ବ୍ଲକର ଫାକିରୀ ଗ୍ରାମରେ ମିଶନ ଇନ୍ଦ୍ରଧନୁସ ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମ କୁ ସୁରି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଛବି ରାଣୀ ଜିଲାକାରା ଫିତା କାଟି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ମମତା ସାହୁ ଏହି କାର୍ଯ୍ୟକ୍ରମ କୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କୋଲନରା ଡାକ୍ତର ଜି ଶୈଳଯା , ଜିଲ୍ଲାସ୍ତରୀୟ ଅଧିକାରୀ ଭଗବାନ ମେହେର ଅରବିନ୍ଦ ପରିଡା,ବେଣୁଧର ନାୟକ ଏବଂ କୋଲନରା ବ୍ଲକ ଅଧିକାରୀ ଶ୍ରୀମତୀ କଳ୍ପନା ମିଶ୍ର,ବିନୋଦ ଗଉଡ଼,ନଳିନୀ ରାଜ୍ ଓ ବନିତା ଖଣ୍ଡୁଆଳ ଉପସ୍ଥିତ ଥିଲେ ।

ଆଜିଠାରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ଜିଲ୍ଲାର ୧୧୫୨ ଟୀକାକରଣ କେନ୍ଦ୍ରରେ ମୋଟ ଶିଶୁ ୩୦୯୩ (୦-୨.୫ ବର୍ଷ ର ଶିଶୁ) ୩୬୩ (୨.୫ ରୁ ୫ ବର୍ଷ ରୁ କମ୍ ବୟସ ର ଶିଶୁ ) ଏବଂ ୭୭୮ ଗର୍ଭବତୀ ମହିଳା ଙ୍କୁ ଟୀକାକରଣ କରାଯିବ ବୋଲି ଡାକ୍ତର ମମତା ସାହୁ କହିଛନ୍ତି । ଯେପରି କୌଣସି ଶିଶୁ, ଗର୍ଭବତୀ ମହିଳା ଏବଂ ମାଆ ମାନେ ଟୀକାକରଣ ରୁ ବଞ୍ଚିତ ନ ରୁହନ୍ତୁ ସେ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ସେଥି ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ , ସିଡ଼ିପିଓ ଏବଂ ଅଙ୍ଗନୱାଡ଼ି କର୍ମୀମାନେ ଏହି ମିଶନ ରେ ହୋଇଥିବା ସର୍ବେକ୍ଷଣ କୁ ଭଲ ଭାବେ ତନଖି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଟୀକାକରଣ ରୁ କେହି ବଞ୍ଚିତ ହେବେ ନାହିଁ । ମିଶନ ଇନ୍ଦ୍ରଧନୁସ ଡ୍ରାଇଭରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଯେକୌଣସି ଟିକାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ଏନେଇ ସମସ୍ତ ଜିଲ୍ଲାରେ ଟୀକାକରଣ ହେବା ସହ U-WIN ଡିଜିଟାଲ ପୋର୍ଟାଲରେ ପଞ୍ଜୀକରଣ କରାଯିବ । ଏହି ମିଶନ ଇନ୍ଦ୍ରଧନୁସ ଡ୍ରାଇଭ୍‌ରେ ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯାଉଥିବା ବେଳେ ଏବେ ୫ ବର୍ଷରୁ କମ ପିଲାଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇ ଥିବା ଜଣା ପଡ଼ିଛି।ଏଠାରେ ଉଲ୍ଲେଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ ।ଅନ୍ୟପଟେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ତାରିଖରୁ ୧୪ ତାରିଖ ଓ ତୃତୀୟ ପର୍ଯ୍ୟାୟରେ ନଭେମ୍ବର ମାସରେ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ସପ୍ତାହକୁ ୬ ଦିନ ହେବ ଏହି ଟୀକାକରଣ । ଯେକୌଣସି ଡୋଜ୍‌ ବାକି ଥିଲେ ମଧ୍ୟ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଦେଶରେ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରହିଛି । ୨୦୧୯-୨୦୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ ରିପୋର୍ଟ ଅନୁସାରେ ୯୦.୫ ପ୍ରତିଶତ ଟୀକାକରଣ ହୋଇଛି । ଜାତୀୟ ହାର ୭୬ ଥିବା ବେଳେ ଓଡ଼ିଶା ଅଧିକ ରହିଛି ଟୀକାକରଣ ହାର । ୨୦ଟି ଜିଲ୍ଲାରେ ୯୦ ପ୍ରତିଶତ ଟୀକାକରଣ ହୋଇଥିବା ଜଣାପଡିଛି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ବଲାଙ୍ଗୀର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସୁଶାନ୍ତ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ କୁ ନେଇ ସଚେତନତା ଶିବିର 

masiha

Leave a Comment

error: Content is protected !!