ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରାଞ୍ଚଳର କୁଚେଇବୁଢି ଗ୍ରାମର‌ ଯୁବକ ନିରୁର୍ଦ୍ଦିଷ୍ଟ

ମୟୂରଭଞ୍ଜ -୨/୯ ( ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ପ୍ରଫୁଲ୍ଲ ବନଛର ଙ୍କ ପୁତ୍ର କୁନ୍ଦନ ବନଛ୍ଛର (୨୫) ଗତ ୨୮/୮ ତରିଖ ଦିନ ଅପରାହ୍ନ ୨ ଟା ପରେ ଘରୁ ବାହାରକୁ ଯାଇ ଫେରି ନ ଥିଲେ ।ସାଙ୍ଗରେ ପେଣ୍ଟ ସାର୍ଟ ଏବଂ ବେଗ ଧରିଥିଲା ।ଘରୁ ବାହାରିଲା ବେଳେ ଘର ଲୋକଙ୍କୁ କହିଥିଲା ମୁଁ ଆସୁଛି ।ହେଲେ ସେଦିନ ନ ଫେରିବାରୁ ଘର ଲୋକଙ୍କ ଚିନ୍ତା ବଢିବା ସହ ଅସ୍ତବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ।ହେଲେ ପୁଅକୁ ନ ପାଇ ରାଇରଙ୍ଗପୁର ଆଦର୍ଶ ଥାନାରେ ପୁଅ ନିଖୋଜ ନେଇ ଥାନାରେ ପୁଅର ମା ରେବତୀ ଵନଛର ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏହାକୁ ଗୁରୁତର ସହନେଇ ତଦନ୍ତକୁ ଜୋରଦାର କରିଛି ।ହେଲେ ଏପର୍ଯ୍ୟନ୍ତ କିଛି ସୁରାକ ହସ୍ତଗତ ହୋଇନାହିଁ।

 କୁନ୍ଦର ର ଦେହର ବର୍ଣ୍ଣ ଗହମ ରଙ୍ଗ । ଉଚ୍ଚତା ୫’ ୮” ।ପୁଅକୁ ନ ପାଇ ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି ।ମା’ର ର ମଝିରେ ମଝିରେ ଚେତାଶୂନ୍ଯ ହୋଇ ଯାଉଛି ।ଯଦି କେହି ସହୃଦୟ ବ୍ୟକ୍ତି କୁନ୍ଦନର ସୁରାକ ପାଆନ୍ତି ତାହାହେଲେ ତାଙ୍କର ବାପା ପ୍ରଫୁଲ୍ଲ ବନଛ୍ଛରଙ୍କ ମୋବାଇଲ ନମ୍ବର ୯୧୨୪୪୩୧୭୪୬ ରେ ଯୋଗାଯୋଗ କରିବା ପାଇଁ ବିନୀତ ଅନୁରୋଧ କରିଛନ୍ତି କିମ୍ବା ନିକଟସ୍ଥ ଥାନାକୁ ଖବର ଦେବାପାଇଁ କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

masiha

ଚିଲଗାଁ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ ଚାଳକ

ରାୟଗଡା ଜିଲ୍ଲା ଉପକଣ୍ଠ ରେ ଥିବା ସାଇ ଲକ୍ଷ୍ମୀ ନଗର ଅଞ୍ଚଳ କୁ ରାୟଗଡା ବିଧାୟକ ଅପୁଲୁ ସ୍ୱାମୀ କାଡ୍ରକା ଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!