ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଜିଲ୍ଲାପାଳ ସାଜିଲେ ଶିକ୍ଷକ: ବିଦ୍ୟାଳୟ ରେ ପଢ଼ାଇଲେ ପାଠ

ସହକାରୀ ଜିଲ୍ଲାପାଳ ସାଜିଲେ ଶିକ୍ଷକ: ବିଦ୍ୟାଳୟ ରେ ପଢ଼ାଇଲେ ପାଠ

ଧର୍ମଗଡ ୧୩/୨ ସହକାରୀ ଜିଲ୍ଲାପାଳ ଅଚାନକ ସ୍କୁଲ ଗସ୍ତ କରି ପିଲାମାନଙ୍କୁ ବିଜ୍ଞାନ ପାଠ ପଢ଼ାଇ ଏବେ ଚର୍ଚ୍ଚା ରେ । ସୋମବାର ଧର୍ମଗଡ଼ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର ଅଚାନକ ଧର୍ମଗଡ ବ୍ଲକ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ପାଠ ପଢ଼ାଇଛନ୍ତି। ପିଲାଙ୍କୁ ଗତି, ବେଗ, ସମୟ, ବଳ, ଚାପ,ଧ୍ୱନି ଏବଂ କୃଷି – ଉତ୍ପାଦନ ଓ ପରିଚାଳନା ପାଠ ପଢ଼ାଇଥିଲେ । ପିଲାଙ୍କୁ ମଝିରେ ମଝିରେ ପ୍ରଶ୍ନ ମଧ୍ୟ ପଚାରୁଥିଲେ।ଏହାକୁ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇଥିଲେ। ସହକାରୀ ଜିଲ୍ଲାପାଳ ଶ୍ରୀ ଶବର ବିଦ୍ୟାଳୟ ର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ପାଇଖାନା ଓ ପରିବେଶ ସଫା ରଖିବା ପାଇଁ କହିଥିଲେ। ସହକାରୀ ଜିଲ୍ଲାପାଳଙ୍କ ଏପରି ମନବୃତିକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହିତ ଯଦି ଆଗାମୀ ଦିନରେ ମଧ୍ୟ ଅଧିକାରୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଚାନକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କର୍ଲାଗୁଡା ଠାରେ ଶ୍ରୀରାମ ଲୀଲା ମହୋତ୍ସବ ଅନୁଷ୍ଠିତ 

masiha

ରାୟଗଡା ଗସ୍ତରେ ଏମ.ଏମ. ଏସ.ୟାଇ. ଉପଦେଷ୍ଟା ଅଧିକାରୀ

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

masiha

Leave a Comment

error: Content is protected !!