ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ କର୍ମଚାରୀଙ୍କୁ ମାଡ ମାରିଥ‌ିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

ବସ କର୍ମଚାରୀଙ୍କୁ ମାଡ ମାରିଥ‌ିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

କଟକ : ଗତ କିଛି ଦିନ ତଳେ କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ ରାତ୍ରୀ ସମୟରେ କଟକ ନେତାଜୀ ବସ ଟର୍ମିନାଲ (ସିଏନବିଟ) ପରିସରରେ ବସ ଗୁଡିକରୁ ଦାଦାବଟି ଆଦାୟ କରାଯାଉଥିବା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିଭିହୀନ ବୋଲି କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି । ପାଲାମଣ୍ଡପ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପ ସଭାପତି ବଦ୍ରୀନାରାୟଣ ଦାଶ କହିଛନ୍ତି ଯେ, ଘରୋଇ ବସ ମାଲିକ ସଂଘ ଯେଉଁ ଅଭିଯୋଗ ଆଣିଛି ତାହା ଭିଭିହୀନ । ବରଂ ଘରୋଇ ବସ ମାଲିକମାନେ ଡ୍ରାଇଭର ଓ କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ I ଯେଉଁ ବସ ଗୁଡିକୁ ନିର୍ଦ୍ଦିଷ୍ଟ ବେ’ରେ ରହିବାକୁ ଅନୁମତି ରହିଛି, ସେମାନଙ୍କୁ ସମ୍ପୃକ୍ତ ବେ’କୁ ବସ ପଶାଇ ଦିଆଯାଉନାହିଁ । ଗତ ୪ ତାରିଖରେ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ବରଗଡର ଜଣେ ଡ୍ରାଇଭରଙ୍କୁ ମାଡ ମାରିଥିବାବେଳେ ଏନେଇ ବାଦାମବାଡି ଥାନାରେ ଲିଖତ ଅଭିଯୋଗ କରାଯାଇଛି। କିନ୍ତୁ ପୋଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦାବି କରିଥିଲେ । ତେଣୁ ପରିବହନ ଶିଳ୍ପର ଘରୋଇବସ ମାଲିକମାନେ ପରିବହନ କର୍ମଚାରୀଙ୍କୁ ମାନବିକ ବ୍ୟବହାର,ଉତ୍ତମ ମଜୁରୀ,ସ୍ବାସ୍ଥ୍ୟ ପାଇଁ ଇଏସଆଇ, ଭବିଷ୍ୟନିଧି ପାଣ୍ଠି ଓ ଗ୍ରାଚ୍ୟୁରିଟି ଇତ୍ୟାଦି ଯୋଗାଇ ଦେବା ପାଇଁ ଶ୍ରମ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସଂଘ ତରଫରୁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ତୁରନ୍ତ ମାଡ ମାରିଥିବା ଘରୋଇ ବସ ମାଲିକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ବସ ମାଲିକ ମାନେ କେହି ନିଜେ ଟିକେଟ କାଟନ୍ତି ନାହିଁ । ସେମାନେ ସେମାନଙ୍କ ବସର ଟିକେଟ ମଧ୍ୟରୁ କିଛି ଅନଲାଇନରେ କାଟୁଥିବା ବେଳେ ସିଂହଭାଗ ସିଟର ଟିକେଟ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକଙ୍କୁ ଦେଇଥାନ୍ତି । ଯାହାକି ବସ ମାଲିକ ବସ ଲାଗି ଯାତ୍ରୀ ପାଇବା ଏବଂ ଯାତ୍ରୀଙ୍କୁ ସହଜରେ ଟିକେଟ ଉପଲବ୍ଧ କରିବାରେ ସହାୟକ ହୋଇଥାଏ । ସାରା ରାଜ୍ୟରେ ସବୁ ବସ ଷ୍ଟାଣ୍ଡ ଭିତରେ କର୍ମଚାରୀ ସଂଘ ଏବଂ ବହୁ ସଂଖ୍ୟାରେ ଟିକେଟ ବୁକିଂ କରୁଥିବା ବେକାର ଯୁବକମାନେ ଟିକେଟ ବୁକିଂ କରି ସେମାନଙ୍କ ପରିବାର ପୋଷଣ କରିଥାନ୍ତି । ସବୁ ବସଷ୍ଟାଣ୍ଡ ମାନଙ୍କରେ କର୍ମଚାରୀ ୟୁନିୟନ ପକ୍ଷରୁ କର୍ମଚାରୀଙ୍କ ଠାରୁ ୟୁନିୟନର ଦେୟ ଆଦାୟ କରାଯାଇଛି । ଯାହାକି କୌଣସି ବେଆଇନ କାର୍ଯ୍ୟ ନୁହେଁ ବୋଲି ଉପ ସଭାପତି ଶ୍ରୀ ଦାଶ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ୍ତ ଖୁଣ୍ଟିଆ,ସାଧାରଣ ସଂପାଦକ ଶିଶିର କୁମାର ଲେଙ୍କା,ସହ ସଂପାଦକ ହୀରାଲାଲ ପଣ୍ଡା,ଗଗନ ପରିଡ଼ା, ଚକ୍ରବର୍ତ୍ତୀ ଓତା ଓ କୋଷାଧ୍ଯକ୍ଷ ବିଭୂତି ରାଉତ ଓ ଅନ୍ୟ ମାନଙ୍କ ମଧ୍ୟରେ ସୋମନାଥ ସାହୂ,ଶ୍ରୀକାନ୍ତ ଛାଟୋଇ, ଅଚ୍ୟୁତ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେ.ଆର.ସି ଶାଖା ଉଦଘାଟିତ

Sunil Chandra Nayak

ସାହିତ୍ୟ ପତ୍ରିକା ନବକାକଳି ର ବିଷୁବ ପୁରସ୍କାର ..

Sunil Chandra Nayak

ଜଳବନ୍ଦୀ ଜୀବନରୁ ତ୍ରାହି ପାଇବେ ଇଦ୍ରାବତୀ ବୁଡି ଅଞ୍ଚଳ ବାସୀ

Leave a Comment

error: Content is protected !!