ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ 

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ 

ଡାବୁଗାଁ, ୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନେଇ ବିଡ଼ିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କିପରି ଭିନ୍ନକ୍ଷମ ମାନେ ଉକ୍ତ ଶିବିର କୁ ଆସି ଚିକିତ୍ସା ହୋଇପାରିବେ, ଅଧିକ ରୁ ଅଧିକ ଭିନ୍ନକ୍ଷମ ମାନେ ଅଂଶ ଗ୍ରହଣ କରିବେ ସେ ନେଇ ଆଲୋଚନା ହୋଇଥିଲା l ଚଳିତ ମାସ ୧୮ ତାରିଖ ଦିନ ବ୍ଲକ କାର୍ଯ୍ୟlଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ l ଏହି ବୈଠକରେ ସିଡିପିଓ ମିନତୀ ଦାଶ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣଗ୍ରାହୀ, ଅଙ୍ଗନୱାଡ଼ି ସୁପରଭାଇଜର ପ୍ରଣମୀତା ପଟ୍ଟନାୟକ, କୁନମୁନ ସେନାପତି, ରୋଜାଲିନ ପ୍ରଧାନ, ବିମଳା କୁମାରୀ ନାୟକ ଓ ସାଇରା ବାନୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳି, ପ୍ରଭାକର ମୁଦୁଲି ଓ ଅର୍ଜୁନ ଭତ୍ରା, ସମସ୍ତ ଗ୍ରାମ ରୋଜଗାର ସେବିକା ସେବକ, ଯୋଗାଣ ସହାୟକ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

सामाजिक कार्यकर्ता बासुदेव पात्र

masiha

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି 

masiha

ସାଂସଦ ଙ୍କ ଚିଠିର ଉତ୍ତର ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ

masiha

Leave a Comment

error: Content is protected !!