ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରେରଣ

ଭବାନୀପାଟଣା:୧୬/୦୫- (ମନିସ):- ଭାରତ ବର୍ଷରେ ଭାରତ ସରକାରଙ୍କ ଦ୍ବାରା ପ୍ରତିଟି ଲୋକଙ୍କ ଘରେ ଉଜ୍ଜ୍ୱଳା ଗ୍ଯାସ ଯୋଗାଇ ଦିଆଗଲା। ଯାହାଫଳରେ କୋଟି କୋଟି ଲୋକ ଉପକୃତ ହେଲେ। ଏହା  ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡିଶାରେ ମଧ୍ଯ ଏହି କାର୍ଯ୍ଯକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ଯ ଭାର ଦାୟିତ୍ୱ ଦିଆଯାଇଥିଲା। ସେମାନେ ସରକାରଙ୍କ ଏହି ଯୋଜନା କୁ ସଫଳ କରିବା ଦିଗରେ ସହଯୋଗ ର ହାତ ବଢାଇଥିଲେ।

ଓଡିଶାରେ କାର୍ଯ୍ଯରତ ଉଜ୍ଜ୍ୱଳା ଦିଦି ମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରେରଣ କରାଯାଇଥିଲା।ଏହାକୁ ସହୃଦୟତାର ସହ ବିଚାର କରି ଦାବି ପୂରଣ ଦିଗରେ ଉଚିତ ପଦକ୍ଷେପ ନେଲେ ସଂଘ ଆପଣଙ୍କ ନିକଟରେ ଚିରଉପକୃତ ଲାଭ କରିବ ବୋଲି ଦାବି ପତ୍ରରେ ଲେଖିଥିବା ବେଳେ ସେମାନଙ୍କ ଦାବି ପତ୍ର ରେ ଦର୍ଶାଇ ଥିବା ଦାବି ଗୁଡିକ ହେଲା ୧- ଉଜ୍ଜ୍ୱଳା ଦିଦିମାନଙ୍କୁ କାର୍ଯ୍ଯ ଦେବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କାର୍ଯ୍ଯକାରୀ କରାଯାଉ ୨- ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ,୩- ଉଜ୍ଜ୍ୱଳା ଦିଦିଙ୍କୁ କର୍ମ ନିଯୁକ୍ତି ଯୋଜନାରେ ତାଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯାଉ।

ଗତ ତା ୧୪/୦୫/୨୦୨୩ ରିଖ ରବିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବାଲାଜୀ ବିହାର ଠାରେ ଉଜ୍ଜ୍ୱଳା ଦିଦି ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ଯବର କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଭାରତୀୟ ମଜଦୁର ସଂଘର କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ଶ୍ରୀ ବିରଞ୍ଚି ନାରାୟଣ ପଣ୍ତା ଉପସ୍ଥିତ ରହି ଉଜ୍ଜ୍ଵଳା ଦିଦି ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ରାଜ୍ୟର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ତା ୨୨/୦୫/୨୦୨୩ ରିଖ ସୋମବାର ଦିନ ମାନ୍ଯବର ପ୍ରଧାନମନ୍ତ୍ରୀ , ରାଜ୍ଯପାଳ , ଭାରତର ରାଷ୍ଟ୍ରପତିଙ୍କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ମାନପତ୍ର ଦେବା ପାଇଁ ସ୍ଥିର କରାଗଲା। ଉକ୍ତ ଦିନ ସମସ୍ତ ଉଜ୍ଜ୍ୱଳା ଦିଦି ମାନେ ଉପସ୍ଥିତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଯୋଜିକା ପ୍ରତିମା ମହାନନ୍ଦ, ଜାହ୍ନବୀ ସାଗର ( ଦେପୁର ଉଜ୍ଜ୍ୱଳା ଦିଦି)ଅନିତା ବିଶ୍ଵାଳ,ଶୋଭାସିନୀ ପାତ୍ର, ଝୁମପା ସାହୁ, ଉର୍ମିଳା ବଗେଲ, ସୁଶୀଲା ଦାସ, ତରୁଣୀ ନାଏକ,ଲକ୍ଷ୍ମୀ ପଟେଲ,ଇନ୍ଦ୍ରି ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ କଳାହାଣ୍ଡି ସାଂସଦ ଓ କଳାହାଣ୍ଡି ନୂଆପଡା ପ୍ରଭାରୀ ଦ୍ଵୟଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଦେଇ ବୈଠକରେ ଯୋଗଦେଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ବୈଠକ ସାଙ୍ଗ କରାଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଚାଷୀ ଙ୍କୁ ନାକଚଣା ବଣ୍ଟନ 

Sunil Chandra Nayak

ସାପ କାମୁଡ଼ାରେ ଯୁବକ ର ମୃତ୍ୟୁ

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!