ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଙ୍କ ଦ୍ଵାରା ନୂତନ କୃଷି ସମବାୟ ସମିତି ଉଦଘାଟିତ

ଜୁନାଗଡ଼,୧୬/୫(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭାଇରିଗୁଡ଼ା, ଚିଙ୍ଗୁଡଡିସର୍, ରାଜପୁର ଏବଂ ବୁଢ଼ୀଦର ଠାରେ ନୂତନ କୃଷି ସମବାୟ ସମିତି ଭବନ ଉଦଘାଟିତ କରିଛନ୍ତି ପୁର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା , ଅଶୋକ ପଟ୍ଟନାୟକ, ଜୁନାଗଡ଼ ବ୍ଲକ ଉପାଦ୍ଧକ୍ଷ ପ୍ରମୋଦ ବେହେରା , ସରପଞ୍ଚ ସଙ୍ଘ ସଭାପତି ତାରାସଙ୍କର ରାୟଗୁରୁ ଭଇରିଗୁଡା ପୂର୍ବତନ ସରପଞ୍ଚ, ପଞ୍ଚାନନ ପାତ୍ର,ପଵିତ୍ରମୋହନ ବଣୁଆ,ଶୈଳେନ୍ଦ୍ର ପାତ୍ରନାଲିନିକାନ୍ତ ଟେଣ୍ଡକାରୀ,ପ୍ରମୁଖ ରହିଥିବା ବେଳେ ପ୍ରିୟବ୍ରତ ବଣୁଆ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରର ଅନେକ ଚାଷୀ ଉପସ୍ଥିତ ରହିଥିଲେ ! ତେବେ ପୂର୍ବରୁ ଏହି ଚାରୋଟି ପଞ୍ଚାୟତ ବାସି ତଥା କୃଷକ ମାନେ କୃଷି ସମବାୟ କାର୍ଯ ପାଇଁ ଅନ୍ୟ ଦୂର ସମବାୟ ସମିତି ଉପରେ ନିର୍ଭର କରୁଥିଲେ ତେଣୁ ନିଜ ପଞ୍ଚାୟତ ରେ ସମସ୍ତ ପ୍ରକାର କୃଷି ସମବାୟ କାର୍ଯ ସୁବିଧା ପାଇ ଚାଷୀ ମହଲରେ ଆନନ୍ଦ ପରିଲକ୍ଷିତ ହେଉଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବ୍ରହ୍ମପୁର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ଅନୁକଲ୍ୟ ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

33 ତମ ବାର୍ଷିକ ଉତ୍ସବ ରେ ଶାନ୍ତନୁଆଚାର୍ଯ୍ୟ ଙ୍କୁ ବାଲିଘର ସାହିତ୍ୟ ସମ୍ମାନ  

Sunil Chandra Nayak

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

Leave a Comment

error: Content is protected !!