ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ – ପ୍ରବଳ ଗ୍ରୀଷ୍ମ ଯୋଗୁଁ ୬୦ ଟି ପରିବାରକୁ ବଣ୍ଟନ କରା ଯାଇଥିବା କୁକୁଡା ଛୁଆର ମୃତ୍ୟୁ

ବନ୍ଧୁଗାଁ ତା ୧୬/୫/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ତରଫରୁ ୬୦ ଜଣ ପରିବାରକୁ ବଣ୍ଟନ କରିବାକୁ ଆସିଥିବା କୁକୁଡ଼ା ଛୁଆର ମୃତ୍ୟୁ ହୋଇଯାଇଛି। ଆଜି ପ୍ରବଳ ଗୁଳୁଗୁଳି ସହିତ ସର୍ବାଧିକ ତାପମାତ୍ରା ବନ୍ଧୁଗାଁ ବ୍ଲକ ରେ ଅନୁଭୂତ ହୋଇଥଲା। ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ପ୍ରବଳ ତାପମାତ୍ରା ହେବାର ସୁଚନା ଦିଆଯାଇଥିଲା କିନ୍ତୁ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରରୁ ଛୋଟ ଛୋଟ କୁକୁଡ଼ା ଛୁଆକୁ ପଠାଇବା ବେଳେ କୁକୁଡ଼ାଙ୍କ ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା ରହି ନ ଥିବା ଦେଖିବାକୁ ମିଳିଛି। ଆଜି ୬୦ ଜଣ ପରିବାର ଙ୍କ ପାଇଁ ବଣ୍ଟନ କରିବାକୁ ଆସିଥିବା କୁକୁଡ଼ା ଛୁଆ ଗୁଡ଼ିକ ପରିବାରଙ୍କ ପାଖକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ପହଞ୍ଚି ବାଣ୍ଟୁ ଥିବା ବେଳେ ପ୍ରବଳ ତାପମାତ୍ରା ଯୋଗୁଁ କୁକୁଡା ଛୁଆ ଗୁଡ଼ିକ ମୃତ୍ୟୁ ହୋଇଥିବା ପରିବାର ଗୁଡ଼ିକ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ପ୍ରବଳ ତାପମାତ୍ରା ହେଉଥିବା ବେଳେ ଗାଡ଼ି ଦେଇ ଏତେ ଦୂର ପୁଣି କୁକୁଡ଼ା ଛୁଆଙ୍କ ପାଇଁ କିଛି ମଧ୍ୟ ପ୍ରତିକାର ବ୍ୟବସ୍ଥା ନ କରି ପଠାଇବା ଜଣେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଦୂର ଦୃଷ୍ଟି ଅଭାବ ଥିବା ଅଞ୍ଚଳ ରେ ଆଲୋଚନା ହେଉଛି  । ପ୍ରକୃତରେ କୁକୁଡ଼ା ଛୁଆ ମୃତ୍ୟୁ ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ଦାୟୀ ନା କିଏ ଦାୟୀ । ବି ଭି ଓ ଛୁଟିରେ ଥିବା ବେଳେ ଏଲ ଆଇ ଗୁଡ଼ିକ ମାନେ  ପଞ୍ଚାୟତ ଗୁଡିକରେ ଅନୁପସ୍ଥିତ ଥିବା ଜାଣିବାକୁ ମିଳିଛି। ଏହା ଦ୍ୱାରା  ସାଧାରଣ କୁକୁଡ଼ା ପାଳନ କରୁଥିବା ପରିବାରଙ୍କ କ୍ଷତିଗ୍ରସ୍ତ ହୋଇ ଛନ୍ତି । ତେବେ , କେବେ ସୁଦ୍ଧା ମୃତ୍ୟୁ ହୋଇଥିବା କୁକୁଡ଼ା ଛୁଆ ଗୁଡ଼ିକ ପ୍ରତି ବଦଳ ରେ ପରିବାରଙ୍କୁ ଆଣି ଦିଆଯିବ ନା ନାହିଁ ଏହା ପରିବାର ଗୁଡ଼ିକ ଜାଣିବାକୁ ଚାହୁଁ ଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଲକ୍ଷପତି ଦିଦିରୁ ସୌର ଶକ୍ତି ପର୍ଯ୍ୟନ୍ତ ଗଞ୍ଜାମର ବିକାଶର ଚିତ୍ର ମହିଳାଙ୍କ ଜୀବିକା, ସୌର ଶକ୍ତି, ସାଇବର ସୁରକ୍ଷା ଓ ଯୁବବର୍ଗଙ୍କ ସୁଯୋଗ ଉପରେ ଗୁରୁତ୍ୱ

Sunil Chandra Nayak

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

Sunil Chandra Nayak

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

Sunil Chandra Nayak

Leave a Comment

error: Content is protected !!