ତିର୍ତ୍ତୋଲ :-15/02/23:- ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଦ୍ଵାରା ତିର୍ତ୍ତୋଲ ମଣ୍ଡଳ ମଧ୍ୟାହ୍ନ ଭୋଜନ ଚାଉଳ ଓ ଔଷଧ ପୋଡି ର ତଦନ୍ତ ଚାଲିଛି ! କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା କରିଛନ୍ତି ତିର୍ତ୍ତୋଲବାସୀ ! ଖବର ଅନୁସାରେ ତିର୍ତ୍ତୋଲ, ମଣ୍ଡଳ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବ୍ୟାପକ ଆର୍ଥିକ ଦୁର୍ନୀତି ତଥା 2019/20 ଆର୍ଥିକ ବର୍ଷରେ 850 କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରିବା ଘଟଣା ସହିତ କୋମଳମତି ଶିଶୁ ମାନଙ୍କୁ ବଣ୍ଟା ଯିବା ପାଇଁ ଉଦ୍ଧିଷ୍ଟ ଥିବା ଭିଟାମିନ ଓ କୃମି ନାଶକ ବଟିକା କୁ ଅତି ଦାୟିତ୍ୱ ହୀନ ଭାବରେ ନିଜ କାର୍ଯ୍ୟାଳୟ ପରିସର ରେ ଗତ ତା 24/11/2022 ରିଖ ମଧ୍ୟାହ୍ନ ସମୟରେ ପୋଡିବା ଏବଂ ତତ୍ ସହିତ 3ଜଣ ସି. ଆର. ସି. ସି. ସମସ୍ତ ସରକାରୀ ନୀତିନିୟମ କୁ ଉଲଂଘନ କରି ଗୋଟିଏ ସ୍ଥାନରେ ଓ ଗୋଟିଏ ପଦବୀରେ ଯଥା କ୍ରମେ 12 ବର୍ଷ, 11ବର୍ଷ ଓ 8 ବର୍ଷ ଧରି ରହି ନିଜର ଦୁର୍ନୀତିର ସାମ୍ରାଜ୍ୟ ଚଳାଇ ଆସିବା ଯଥା ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି, ବଦଳି ଓ ନିଜ ଇଛା ମୁତାବକ ସ୍ଥାନରେ ନିଯୁକ୍ତି କରାଇଦେବା ବିଷୟକୁ ନେଇ 10 ରୁ 20ହଜାର ଟଙ୍କା ନେବା ଓ ତତ୍ ସହିତ ପାଚିକା ଓ ସହାୟିକା ନିଯୁକ୍ତି ରେ 5 ହଜାର ଟଙ୍କା ଲେଖାଏଁ ନେବା ବିଷୟରେ ତଦନ୍ତ କରି,ସମ୍ପୃକ୍ତ ମଣ୍ଡଳ ଶିକ୍ଷାଅଧିକାରୀଙ୍କ ବିରୋଧରେ ବିହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ,ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଗତ 7 ତାରିଖ ଦିନ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ! ଫଳ ସ୍ୱରୂପ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ରେ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଚିଠି ନମ୍ବର 1542 ତା 13/02/2023 ରେ ମଣ୍ଡଳଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟକୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପରେଶ ପାତ୍ର ଘଟଣା ର ତଦନ୍ତ ପାଇଁ ଆସିଥିଲେ ! ତଦନ୍ତ କାର୍ଯ୍ୟ ଚାଲୁଥିବା ସମୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭା ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ତଦନ୍ତକାରି ଅଧିକାରୀ ଙ୍କ ସହିତ ଆଲୋଚନା କରି ତଦନ୍ତ ରେ ସ୍ଵଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ପରାମର୍ଶ କରିଥିଲେ !କିନ୍ତୁ ତଦନ୍ତ କାରୀ ଅଧିକାରୀ ଙ୍କ ଉପରେ ରାଜନୈତିକ ଚାପ ରହିଥିବା ନେଇ ତାଙ୍କ କଥା ବାର୍ତା ରୁ ସ୍ପଷ୍ଟ ବାରିହୋଇ ପଡୁଥିବା ଜାଣିପାରି,ଯୁବ କଂଗ୍ରେସ ସଭାପତି ଶ୍ରୀ ପୃଷ୍ଟି ତଦନ୍ତ ର ସ୍ୱଚ୍ଛତା କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ! କୌଣସି ପରିସ୍ଥିତିରେ ତଦନ୍ତ କୁ ବାଟବଣା କରିବାକୁ ଯେବେ ଷଡଯନ୍ତ୍ର କରାଯାଏ , ତେବେ ଯୁବ କଂଗ୍ରେସ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ, ଆଉ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀଯୁକ୍ତ ପୃଷ୍ଟି ଚେତାବନୀ ଶୁଣାଇଛନ୍ତି !
ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା