କୋରାପୁଟ ଜିଲ୍ଲl ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଭୋଟ ଦେବାପାଇଁ କାନ୍ଥଲିଖନ
କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜନତାଙ୍କୁ ଭୋଟ ଦେବାକୁ ପ୍ରତ୍ସାହିତ କରିଥିବା ଅଭିନବ ପ୍ରୟାସ କୁ ସାଧାରଣରେ ପ୍ରଶଂସା କରାଯାଇଛି। ଜୟପୁର ସରକାରୀ ହାଇସ୍କୁଲ କାନ୍ଥରେ ଭୋଟ ଦେବାପାଇଁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଭୋଟରଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଇଛି। ଏଥିରେ ୧୬ ଜଣ ସ୍ଥାନୀୟ ଚିତ୍ରକାର ନିର୍ବାଚନର ବାର୍ତ୍ତା ଚିତ୍ର ଆଙ୍କି ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବରେ ଜୟପୁର ପୌର ନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟନାୟକ ଏବଂ ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଭୂଷଣ ଶତପଥି ଉପସ୍ଥିତ ଥିଲେ l