ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଏମସି ଅଧିକାରୀଙ୍କ ଶ୍ରଦ୍ଧା ପରିଦର୍ଶନ

ରାଉରକେଲା/ ଓଡ଼ିଶା ଖଣି ନିଗମ (ଓଏମସି ) ଫାଉଣ୍ଡେସନ ଦିବସ ଅବସରରେ କୋଇଡା ଶାଖାର ଆଞ୍ଚଳିକ ପରିଚାଳକ ପ୍ରଦ୍ୟୁମ୍ନ କୁମାର ନାୟକ , ମେଡିକାଲ ଅଫିସର ଡ଼ା. ସାବିତ୍ରୀ ବାଲା ମୁଣ୍ଡା, ପ୍ରଦୀପ କୁମାର ବେହେରା , ସୁଜାତା ରଣା, ସଞ୍ଜୟ କୁମାର ପ୍ରଧାନ ଓ ଆରତୀ ବାର୍ଲା ପ୍ରଭୁତି ଉପସ୍ଥିତ ହୋଇ ସେକ୍ଟର ୧୬ର ଶ୍ରଦ୍ଧା ଅନୁଷ୍ଠାନର ଭିନ୍ନକ୍ଷମ ପିଲାମାନଙ୍କ ସହିତ ମିଶି ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ ପ୍ରଦାନ କରିଥିଲେ । ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଙ୍କ ଦ୍ଵାରା ଆୟୋଜିତ ସଭାରେ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ସମାଜରେ ଏହିଭଳି ଭିନ୍ନକ୍ଷମ ମାନଙ୍କ ପାଇଁ ଆମ ସମସ୍ତଙ୍କ ର କର୍ତ୍ତବ୍ୟ ହେଲା ସେମାନେ ଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରିବା । ଅଳ୍ପ ସମୟ ହେଲେ ବି ଏମାନଙ୍କ ସହିତ ମିଶି ଯେଉଁ ଆନନ୍ଦ ଅନୁଭବ ଆମ ମନରେ ଆସିଛି ତାହା ଖୁବ୍ ପ୍ରେରଣାଦାୟୀ । ଶ୍ରଦ୍ଧା ର ଆବଶ୍ୟକ ଅନୁଯାୟୀ ସେ ସହଯୋଗ ର ‌ହାତ ବଢାଇବେ ବୋଲି ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡା. ବାଲା ମୁଣ୍ଡା କହିଥିଲେ ଯେ, ଏହିଭଳି ପିଲାମାନଙ୍କ ର ସ୍ଵତନ୍ତ୍ର ଭାବେ ଯତ୍ନ ନେବା ର ଆବଶ୍ୟକତା ଅଛି । ଶ୍ରଦ୍ଧା ର କାର୍ଯ୍ୟକ୍ରମ କୁ ଆଗକୁ ନେବାରେ ଆମକୁ ମଧ୍ୟ ତାଙ୍କ ସହିତ ମିଶି ଏହି ପିଲାମାନଙ୍କ ପାଇଁ କିଛି ସ୍ବତନ୍ତ୍ର ଯୋଜନା କରିବାର ଅଛି । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଏହି ପିଲାମାନଙ୍କ ପାଇଁ ଆମେ ଗୁଣ୍ଡିଚା ମୂଷା ଭଳି ସହଯୋଗ କରିପାରିଲେ ଆମେ ନିଜକୁ ଧନ୍ୟ ମଣିବୁ । ଏହି କାର୍ଯ୍ୟକ୍ରମ ରେ ଖଣି ନିଗମ ର ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ପ୍ରଧାନ, ସୁଜାତା ରଣା ଓ ଆରତୀ ବାର୍ଲା ଓ ଶ୍ରଦ୍ଧା ର ଉପଦେଷ୍ଟା କମିଟିର ସଦସ୍ୟ ରବିନ୍ଦ୍ର କୁମାର ପାଣ୍ଡବ ଙ୍କ ସମେତ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ପ୍ରାରମ୍ଭ ରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ତଥା ଶ୍ରଦ୍ଧା ର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଖଣି ନିଗମ ର ଫାଉଣ୍ଡେସନ ଦିବସ ପାଳନ ଉପଲକ୍ଷେ ଏକ ସାମୁହିକ ରାତ୍ରି ଭୋଜନ ର ଆୟୋଜନ କରାଯାଇଥିଲା ଏବଂ ଶ୍ରଦ୍ଧା ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ଓ ଏକ ଷ୍ଟାବଲାଇଜର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅଞ୍ଜଳି ମହାରଣା, ସୁଜାତା ରାଉତ, ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ, ମନୋଜ ରାୟ, ସୁକୁମାର ପାଣ୍ଡବ ଓ ଧୀରେନ୍ଦ୍ର ଓଝା ପ୍ରଭୃତି ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

masiha

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

masiha

ରାଉରକେଲା ଆଇନ ମହାବିଦ୍ୟାଳୟରେ ଆଲୋଚନାଚକ୍ର

masiha

Leave a Comment

error: Content is protected !!