ରାଉରକେଲା/ ଓଡ଼ିଶା ଖଣି ନିଗମ (ଓଏମସି ) ଫାଉଣ୍ଡେସନ ଦିବସ ଅବସରରେ କୋଇଡା ଶାଖାର ଆଞ୍ଚଳିକ ପରିଚାଳକ ପ୍ରଦ୍ୟୁମ୍ନ କୁମାର ନାୟକ , ମେଡିକାଲ ଅଫିସର ଡ଼ା. ସାବିତ୍ରୀ ବାଲା ମୁଣ୍ଡା, ପ୍ରଦୀପ କୁମାର ବେହେରା , ସୁଜାତା ରଣା, ସଞ୍ଜୟ କୁମାର ପ୍ରଧାନ ଓ ଆରତୀ ବାର୍ଲା ପ୍ରଭୁତି ଉପସ୍ଥିତ ହୋଇ ସେକ୍ଟର ୧୬ର ଶ୍ରଦ୍ଧା ଅନୁଷ୍ଠାନର ଭିନ୍ନକ୍ଷମ ପିଲାମାନଙ୍କ ସହିତ ମିଶି ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ ପ୍ରଦାନ କରିଥିଲେ । ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଙ୍କ ଦ୍ଵାରା ଆୟୋଜିତ ସଭାରେ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ସମାଜରେ ଏହିଭଳି ଭିନ୍ନକ୍ଷମ ମାନଙ୍କ ପାଇଁ ଆମ ସମସ୍ତଙ୍କ ର କର୍ତ୍ତବ୍ୟ ହେଲା ସେମାନେ ଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରିବା । ଅଳ୍ପ ସମୟ ହେଲେ ବି ଏମାନଙ୍କ ସହିତ ମିଶି ଯେଉଁ ଆନନ୍ଦ ଅନୁଭବ ଆମ ମନରେ ଆସିଛି ତାହା ଖୁବ୍ ପ୍ରେରଣାଦାୟୀ । ଶ୍ରଦ୍ଧା ର ଆବଶ୍ୟକ ଅନୁଯାୟୀ ସେ ସହଯୋଗ ର ହାତ ବଢାଇବେ ବୋଲି ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡା. ବାଲା ମୁଣ୍ଡା କହିଥିଲେ ଯେ, ଏହିଭଳି ପିଲାମାନଙ୍କ ର ସ୍ଵତନ୍ତ୍ର ଭାବେ ଯତ୍ନ ନେବା ର ଆବଶ୍ୟକତା ଅଛି । ଶ୍ରଦ୍ଧା ର କାର୍ଯ୍ୟକ୍ରମ କୁ ଆଗକୁ ନେବାରେ ଆମକୁ ମଧ୍ୟ ତାଙ୍କ ସହିତ ମିଶି ଏହି ପିଲାମାନଙ୍କ ପାଇଁ କିଛି ସ୍ବତନ୍ତ୍ର ଯୋଜନା କରିବାର ଅଛି । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଏହି ପିଲାମାନଙ୍କ ପାଇଁ ଆମେ ଗୁଣ୍ଡିଚା ମୂଷା ଭଳି ସହଯୋଗ କରିପାରିଲେ ଆମେ ନିଜକୁ ଧନ୍ୟ ମଣିବୁ । ଏହି କାର୍ଯ୍ୟକ୍ରମ ରେ ଖଣି ନିଗମ ର ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ପ୍ରଧାନ, ସୁଜାତା ରଣା ଓ ଆରତୀ ବାର୍ଲା ଓ ଶ୍ରଦ୍ଧା ର ଉପଦେଷ୍ଟା କମିଟିର ସଦସ୍ୟ ରବିନ୍ଦ୍ର କୁମାର ପାଣ୍ଡବ ଙ୍କ ସମେତ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ପ୍ରାରମ୍ଭ ରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ତଥା ଶ୍ରଦ୍ଧା ର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଖଣି ନିଗମ ର ଫାଉଣ୍ଡେସନ ଦିବସ ପାଳନ ଉପଲକ୍ଷେ ଏକ ସାମୁହିକ ରାତ୍ରି ଭୋଜନ ର ଆୟୋଜନ କରାଯାଇଥିଲା ଏବଂ ଶ୍ରଦ୍ଧା ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ଓ ଏକ ଷ୍ଟାବଲାଇଜର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅଞ୍ଜଳି ମହାରଣା, ସୁଜାତା ରାଉତ, ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ, ମନୋଜ ରାୟ, ସୁକୁମାର ପାଣ୍ଡବ ଓ ଧୀରେନ୍ଦ୍ର ଓଝା ପ୍ରଭୃତି ପରିଚାଳନା ରେ ସହଯୋଗ କରିଥିଲେ ।
previous post