ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 

ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ 
ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ।
ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ
ବାରିପଦା ଏବଂ ରାଇରଙ୍ଗପୁରରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା
ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ, ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା ହେବ 
ସମସ୍ତ କାର୍ଯ୍ୟ ପାଇଁ ସମୁଦାୟ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ- ୧୨/୦୫ // ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । 

ଏହି ଅବସରରେ ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ଆସି ଦାଣ୍ଡବୋଷ ଏଆର ଷ୍ଟ୍ରିପ ଠାରେ ଅବତରଣ କରିବା ପରେ ଦାଣ୍ଡବୋଷ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ତାଙ୍କ ଜନ।ମଗୃହ ଏନ୍ତୁଡ଼ିଶାଳ ରେ ପଶି ସେଠାରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରୁ ବାହାରି ସିଧାସଳଖ କାପିଡୁଙ୍ଗିରିରେ ଥିବା ସାଧନା ପୀଠ ଓ ସମାଧିସ୍ଥଳରେ ପହଂଚି ପୂଜାର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ସହିତ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ,ରାଜ୍ଯ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା  ବିଧାୟକ ଙଭାଦବ ହାଁସଦା,ବାରିପଦା ବିଧାୟକ ପ୍ରକାଶ ସୋରେନ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳି ମାରାଣ୍ଡି ,, ବଡ଼ସାହି ବିଧାୟକ ସନାତନ ବିଜୁଳି, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇଵ୍ରୁ,ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ,ରାଜ୍ୟସଭା ସାଂସଦ ମମତା ମହାନ୍ତ, ପ୍ରାକ୍ତନ ସାଂସଦ ବିଶେଶ୍ୱର ଟୁଡୁ,ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ,ଜିଲ୍ଲାପାଳ ହେମକାନ୍ତ ସମୟ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ସିଧାସଳଖ ମହୁଲଡିହା ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ଅଲଚିକି ଲିପି ଉଦ୍ଭାବନ ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ଯୋଗଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦାଣ୍ଡବୋଷ ଅଂଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।ସେ କହିଥିଲେ ପଣ୍ଡିତ ରଘୁନାଥ ମୁର୍ମୁ ଜଣେ ଯୋଗଜନ୍ମା ସାରସ୍ଵତ ସାଧକ , ଭୂମିପୁତ୍ର,ସମାଜ ସଂସ୍କାରକ, ବିଦ୍ୱାନ,ଶିକ୍ଷାବିତ, ନାଟ୍ୟକାର । ଆଦିବାସୀ ସାନ୍ତାଳୀ ସମାଜର ସେ ହେଉଛନ୍ତି ଆଇକନ ।ଗୋଟାଏ ଭାଷା ବଞ୍ଚି ରହେ ତାହାର ଲିପି ଯୋଗୁଁ । ତାଙ୍କର ଦୃରଦୃଷ୍ଟି ଯୋଗୁଁ ଏବଂ ସାନ୍ତାଳୀ ସମାଜକୁ ଆଗକୁ ବଢିବା ପାଇଁ ସେ ଅଲଚିକ ଲିପି ଉଦ୍ଭାବନ କରି ସଫଳତା ଛୁଇଁଥିଲେ । ତାଙ୍କର ସାନ୍ତାଳୀ ଲିପି ଅଲଚିକି ଉଦ୍ଭାବନ ଯୋଗୁଁ ସାରା ବିଶ୍ଵରେ କୋଣେ ଅନୁକୋଣେ ବସବାସ କରୁଥିବା ସାନ୍ତାଳୀ ସମାଜ ଏକତା ସୂତ୍ରରେ ଯୋଡ଼ି ହୋଇଛନ୍ତି । ସାନ୍ତାଳୀ ଭାଷା, ସଂସ୍କୃତି,ପରଂପରା ଐତିହ୍ୟ,କଳା, ଭାସ୍କର୍ଯ୍ୟ, ବେଶଭୂଷା ସାରା ବିଶ୍ବରେ ଅନନ୍ଯ । ତେଣୁ ସେହି ଯୋଗଜନ୍ମା ମହାପୁରୁଷଙ୍କ ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ୧୨୦ତମ ଜନ୍ମଦିନ ପଡ଼ିବା ସହ ଲିପିର ଉଦ୍ଭାବନ ୧୦୦ ବର୍ଷ ହେବାକୁ ଯାଉଛି । ସମସ୍ତେ ମିଳିମିଶି ଵର୍ଷ ତମାମ ବିଭିନ୍ନ କୋଣେ ଅନୁକୋଣେ ସଭା ସମିତି, ଆଲୋଚନା ଚକ୍ର ସବୁ ପାଳନ କରିଵା ।ତଦସହ ଏଥିପାଇଁ ୫୦ କୋଟି ଟଙ୍କା ଅର୍ଥ ରାଶି ମଞ୍ଜୁର କରିଛନ୍ତି । ଆଗକୁ ଅନ୍ତର୍ଜାତୀୟ ସେମିନାର ଆୟୋଜନ, ତାଙ୍କ ଜନ୍ମ ସ୍ଥାନକୁ ସ୍ମାରକୀ ପୀଠ ଘୋଷଣା, ବାରିପଦାରେ ଅଲଚିକି ଲାଇବ୍ରେରୀ,ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର ସଂଗ୍ରାହଳୟ ଇତ୍ୟାଦି ନିର୍ମାଣ କରାଯିବ ।ଅନ୍ୟ ଅତିଥିବୃନ୍ଦ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କରି ମାର୍ଗ ଅନୁସରଣ କରି ଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଶେଷରେ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ଵେଶ୍ରା ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ବଂଶଜ ଚୁନିୟାନ ମୁର୍ମୁ ଙ୍କୁ ସମ୍ମାନିତ କରାଯାଇଥିଲା ।ଜିଲ୍ଲାପାଳ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଶତବାର୍ଷିକୀ ଉତ୍ସଵ ରାଇରଙ୍ଗପୁର ରେ ୩ ଦିନ ଧରି ପାଳନ କରାଯିବ ।ପ୍ରବଳ ଗ୍ରୀଷ୍ମ ସତ୍ବେ ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ଆସାମ, ନେପାଳ,ଛତିଶଗଡରୁ ହଜାର ହଜାର ସାନ୍ତାଳ ସମାଜର ବୁଦ୍ଧିଜୀବୀ,ଯୁବ, ଛାତ୍ର, ମାନ୍ୟଗଣ୍ୟ ବ୍ୟକ୍ତି,ଲେଖକ,କବି, ଭାଷାବିଦ ,ଆବାଳ ବୃଦ୍ଧ ବନିତା ସେମାନଙ୍କ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଛୁଟି ଆସିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅବସର ପ୍ରାପ୍ତ ଷ୍ଟାଟିଷ୍ଟିକ ଆସିଷ୍ଟାଣ୍ଟ ଅଧିକାରୀ ଙ୍କ ବିୟୋଗ 

masiha

ଆଦିବାସୀ ସମ୍ମିଳନୀ ଯୋଗଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

masiha

ପି ଏମ ଜନମନ୍ ର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!