ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ସହରର ବନେଇକଳାରେ ବହୁ ଆଡ଼ମ୍ବରେ ଗଣେଶ ପୂଜା ପାଳିତ

ଖଣି ସହରର ବନେଇକଳାରେ ବହୁ ଆଡ଼ମ୍ବରେ ଗଣେଶ ପୂଜା ପାଳିତ

ଯୋଡ଼ା – ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଛି ଯୋଡ଼ା ସହରର ବନେଇକଳାର ସ୍ଥିତ ଟିସ୍କୋ ଖେଳ ପଡ଼ିଆରେ ଗଣେଶ ପୂଜା ।ଗତ ବର୍ଷ ପରି,ଚଳିତ ବର୍ଷ ମଧ୍ୟ ବେସ ଧୁମ ଧାମରେ ଆରମ୍ଭ ହୋଇଛି ଟିସ୍କୋ ଖେଳ ପଡ଼ିଆରେ ଅଷ୍ଟବିନାୟକଙ୍କ ପୂଜା ବିଧି।ଗତ ୧୯.୦୯.୨୩ ରିଖ ଠାରୁ ଆରମ୍ଭ କରି ଆସନ୍ତା ୦୬.୧୦.୨୩ ରିଖରେ ଗଜାନନଙ୍କ ବିସର୍ଜନ କାର୍ଯ୍ୟକ୍ରମ ରହିଥିବାର ସୂଚନା ଦିଅନ୍ତି ବନେଇକାକର ପୂଜା କମିଟିର ସଦସ୍ୟବୃନ୍ଦ।ଚଳିତ ବର୍ଷ ଗଣେଶ ପୂଜା ଗଜାନନଙ୍କ ବିରାଟକାୟ ପ୍ରତିମୂର୍ତ୍ତି ସ୍ଥାପନ ହେବା ବ୍ୟତୀତ ପାର୍ଶ୍ଵ ଦେବା ଦେବୀ ସହ ଅତି ସୁନ୍ଦର ମଞ୍ଚ ଗଠନ ହୋଇଥିବାରୁ ସହରବାସୀଙ୍କ ବ୍ୟତୀତ ଆଖ ପାଖ ବଡ଼ବିଲ,ଭାଦ୍ରାସହି,ବୋଲାଣି,ସେରେଣ୍ଡା, ଜୁରୁଡ଼ି,ବିଲେଇପଦା,ଲହଣ୍ଡା ଅଞ୍ଚଳର ବହୁ ଜନସାଧାରଣଙ୍କ ସମାଗମ ପ୍ରତି ଦିନ ହୋଇଥିବାରୁ,ବାନେଇକଳାର ବନେଇକଳା ପୂଜା ତଥା ପୂଜା କମିଟିର ଚର୍ଚ୍ଚା ବଢିବାରେ ଲାଗିଛି।ତେବେ ପୂଜା କମିଟିଙ୍କ ପକ୍ଷରୁ ପ୍ରତିଦିନ ସଂଧ୍ୟାରେ ଭଜନ ସମହରୋହ ଆୟଯୋନ ତଥା କୁନି କୁନି ପିଲାଙ୍କ ନିମନ୍ତେ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନର ସମାଗମ ବେସ ଅନାନନ୍ଦ ଉପଭୋଗ ଅଞ୍ଚଳବାସୀ କରିବା ସହ ଉକ୍ତ ସ୍ଥାନରେ ଝୁଲା,ଦୋଳି, ମୀନାବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।ତେବେ ଏ ବର୍ଷ ବିଶେଷ ଆକର୍ଷଣ ଟିକେଟ ମାଧ୍ୟମରେ ଲଟେରୀ କରି ପୁରସ୍କାର ବିତରଣର ରହିଥିବାର ଜାଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ,ଧୂମଧାମରେ ପାଳନ ହେଲା ପୁଷପୁନ

masiha

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

ଆଜି ଦିବସର ଅନୁଚିନ୍ତା: ୨୦ ଫେବୃଆରୀ

Sunil Chandra Nayak

Leave a Comment

error: Content is protected !!