ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରଦ ଟୁଙ୍ଗୀ ପକ୍ଷରୁ ୨ୟ ବାର୍ଷିକ ଉତ୍ସବ ପାଳିତ

ନାରଦ ଟୁଙ୍ଗୀ ପକ୍ଷରୁ ୨ୟ ବାର୍ଷିକ ଉତ୍ସବ ପାଳିତ 

ତାଳଚେର ସହର – ତାଳଚେର ନାରଦ ଟୁଙ୍ଗୀ ପକ୍ଷରୁ ତାଳଚେର ପଞ୍ଚାୟତ ସମିତି ସଭାଘର ପରିସରରେ ୨ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ମହେଶ ସାହୁ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ନାରଦଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । କିପରି ନାରଦ ଉଭୟ ଦେବ ଲୋକ ଏବଂ ଅସୁର ଲୋକରେ ରହି ତଥ୍ୟ ଦିଆନିଆ କରନ୍ତି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେହିଭଳି ମୁଖ୍ୟ ବକ୍ତା ଭାବେ ତାଳଚେର ଉପଖଣ୍ଡର ଉପ ଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ଯୋଗଦେଇ ତାଳଚେର ନାରଦ ଟୁଙ୍ଗୀର କର୍ମକର୍ତ୍ତା ମାନଙ୍କୁ ଭୂରି ପ୍ରଶଂସା କରିଥିଲେ । ସମାଜରେ ନାରଦ ରୁପି ସାମ୍ବାଦିକ ମାନଙ୍କ ବିଶେଷ ଗୁରୁତ୍ଵ ଥିବା ପ୍ରକାଶ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଏମସିଏଲ ହିଙ୍ଗୁଳା କ୍ଷେତ୍ରର ଜେନେରାଲ ମ୍ୟାନେଜର ଏକେ ସ୍ଵର୍ଣ୍ଣକର , ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟୀ ଚେତନା ଦାସ ଯୋଗଦେଇ ତାଳଚେର ନାରଦ ଟୁଙ୍ଗୀ କିଭଳି ଆଗାମୀ ଦିନରେ ଆହୁରି ଦୃଢ଼ ହେବ ଏବଂ ଲୋକଙ୍କ ସମସ୍ୟା ସମାଧାନର ମାଧ୍ୟମ ହେବ ସେନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମଟି ନାରଦ ଟୁଙ୍ଗୀର ଅଧ୍ୟକ୍ଷ ସୌଭାଗ୍ୟ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଧୀରେ ମୋହନ ରାୟ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଥିବା ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ପରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦ୍ଵିପ ପ୍ରଜ୍ୱଳନ ପୂର୍ବକ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ପରେ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଯାଇଥିଲା । ତାଳଚେର ଅଞ୍ଚଳର ଆଗଧାଡିର ସାମ୍ବାଦିକ ବିରଜା ଶଙ୍କର ମିଶ୍ର , ଦୁର୍ଗା ପ୍ରସାଦ ସ୍ୱାଇଁ , ମନୋଜ ଶତପଥୀ ଏବଂ ବିକାଶ ଚନ୍ଦ୍ର ସାହୁଙ୍କୁ ମାନ ପତ୍ର ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସେହିଭଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ମଧ୍ୟ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରିଶେଷରେ ନାରଦ ଟୁଙ୍ଗୀର ସାଧାରଣ ସମ୍ପାଦକ ମଦନ ମୋହନ ସାହୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ନାରଦ ଟୁଙ୍ଗୀର ନିର୍ଦେଶକ ଶୟଦ୍ ଜୁଲ୍ଫିକର ହୁସେନ୍, ଚନ୍ଦ୍ର ଶେଖର ସାହୁ, ଦିନା ନାଥ ଶା, ବାପୂଜୀ ସାମଲ ଏବଂ ସଙ୍ଗୀତା ପ୍ରିୟଦର୍ଷିନି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ  

Sunil Chandra Nayak

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

masiha

Leave a Comment

error: Content is protected !!