ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

 ମୟୂରଭଞ୍ଜ -୪/୧୦ ( ମସିହା)ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଅକ୍ଟୋବର ୨ ତାରିଖରେ ପୂର୍ବ ମୟୂରଭଞ୍ଜ ଜିଲ୍ଲାର ୧୬ ଟି ଟିମ୍ ଏବଂ ଅକ୍ଟୋବର ୩ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ୧୬ ଟି ବଛାବଛା ଟିମ୍ ଅଂଶ ଗ୍ରହଣ କରିଥିଲେ । ବାରିପଦାରେ ବାରିପଦା ମ୍ୟୁନିସିପାଲଟି ଏକାଦଶ ଫାଇନାଲକୁ ଉଠିଥିବାଵେଳେ ରାଇରଙ୍ଗପୁରରେ ଜାମଦା ଏକାଦଶ ଫାଇନାଲକୁ ଉଠିଥିଲା ।ଆଜି ଯଶିପୁର ରେ ଫାଇନାଲ ଖେଳରେ ଜାମଦା ଏକାଦଶ ୪/୧ ରେ ବାରିପଦା ମ୍ୟୁନିସିପାଲଟି କୁ ହରାଇ ଚମ୍ପିୟାନ ହୋଇଛି ।ଫାନାଲଖେଳରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ମୟୂରଭଞ୍ଜ ରାଜା ପ୍ରବୀଣ ଭଂଜଦେଓ,ଆଡଭୋକେଟ ବରୁଣ ଦେ,ସଂଜୟ ନାୟକ,ଦୀପକ ବେହେରା,ଵସନ୍ତ ମହାନ୍ତ ପ୍ରମୁଖ ଫାଇନାଲ ଖେଳରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିଗଣ ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଟିମକୁ ୨୦ ହଜାର ଟଙ୍କା ପୁରସ୍କୃତ କରିଥିଲେ । ବାରିପଦାରେ ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ତରଫରୁ କେନ୍ଦ୍ର ସରକାରଙ୍କ ସହାୟତାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉଛି ।ଏଠାରେ କୋଚ , ଖେଳାଳି,ଖେଳ ସାମଗ୍ରୀ ବ୍ୟବସ୍ଥା କରାଯିବ ।ନୂତନ ଫୁଟବଲ ଯୁବ ତାରକା ସୃଷ୍ଟି ହେବେ ।ଜିଲ୍ଲା,ରାଜ୍ୟ ଓ ଦେଶ ପାଇଁ ଖେଳି ସୁନାମ ଅର୍ଜନ କରିବା ସହ ସରକାରୀ ସ୍ତରରେ ବିଭିନ୍ନ ଉଚ୍ଚ ପଦ ପଦବୀରେ ନିଯୁକ୍ତିର ସୁଯୋଗ ପାଇ ପାରିବେ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଯମକୁ ଫୁଟବଲ ଖେଳାଳୀ ଓ ପ୍ରଶଂସକ ସାଧୁବାଦ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

Sunil Chandra Nayak

ଭଲିଵଲ ଟୁର୍ଣାମେଣ୍ଟ ହେଲା ଶେଷ

Sunil Chandra Nayak

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଚାମ୍ପିଅନ

masiha

Leave a Comment

error: Content is protected !!