ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ନବ ନିର୍ବାଚିତ ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଅଜୟ ପ୍ରଧାନ ଙ୍କ ଆବାହକତ୍ଵ ତଥା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ ବିକାଶ କ୍ଷେତ୍ରରେ ସମାନ ଅଧିକାରିଣୀ ନାରୀ’ ସମ୍ପର୍କରେ ଆଲୋଚନା କରିଥିଲେ। ସେ ନିଜ ବକ୍ତବ୍ୟରେ କହିଲେ ଯେ ନାରୀ ନିଜର କର୍ମ ପ୍ରତି ପ୍ରତିବଦ୍ଧତା ଓ ସାମାଜିକ ଦାୟିତ୍ୱବୋଧ ସହ ଘରର ଯାବତୀୟ ଜଞ୍ଜାଳକୁ ସଠିକ ଭାବେ ତୁଲାଇ ନିଜର ପାରଦର୍ଶିତା କୁ ପ୍ରମାଣିତ କରିବା ସହ ବିକାଶ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିଛନ୍ତି। ତେଣୁ ବିକାଶ କ୍ଷେତ୍ରରେ ସମାନ ଅଧିକାରିଣୀ ଭାବେ ନାରୀ ଉଭା ହୋଇଛି। ଏହି ଅବସରରେ ଗାଳ୍ପିକା ଅଧ୍ୟାପିକା ପ୍ରଣତୀ ବେହେରା ଗଳ୍ପ ପାଠ କରିଥିଲା ବେଳେ ଦ୍ବିତୀୟ ପର୍ଯ୍ୟାୟରେ କବି ଗୈ।ତମ ଦାସ ଓ ରଶ୍ମି ସାହୁ ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆସରରେ ସର୍ଵଶ୍ରୀ ଵିଜୟ ସାହୁ, ଅନିଲ ଦାଶ,ବିଭୁଦତ୍ତ ବେହେରା, ଅଜୟ ମହାନ୍ତି, ତ୍ରିନାଥ ସିଂହ, ସୁଶାନ୍ତ ନାୟକ, ତ୍ରିଲୋଚନ ସ୍ବାଇଁ, ଉପେନ୍ଦ୍ର ବସ୍ତିଆ, ଗଦାଧର ରଥ, ମୀନକେତନ ପଶାୟତ, ରବିନ୍ଦ୍ର ଠାକୁର, ଅଶୋକ ପଟ୍ଟନାୟକ, ସରୋଜ ପାତ୍ର,ତମନ୍ନା ମିଶ୍ର, ନାରାୟଣ ଖଣ୍ଡେଲୱଲ, ଓକିଲ ପାତ୍ର, କବିତା ଦାଶ, ଦିପ୍ତିଲତା ବେହେରା,ସୁସ୍ମିତା ସ୍ବାଇଁ, ଅକ୍ଷୟ ଦାସ,ଶରତ ରାଉତ, ଶୁକଦେବ ସାହୁ, ନିରୁପମା ଚାନ୍ଦ, ସ୍ବର୍ଣ୍ଣଲତା ଘଡେ଼ଇ, ଗୀତାଞ୍ଜଳି ମହାରଣା, ରଶ୍ମିରେଖା ପଣ୍ଡା,ପ୍ରିୟା ପାତ୍ର,ମମତା ମହାପାତ୍ର, କୁଳମଣି ଦାସ, ବସନ୍ତ ମହାରଣା, କବିତା ପ୍ରଧାନ, ସଞ୍ଜୁକ୍ତା ଦାଶ, ଅରବିନ୍ଦ ପାତ୍ର, ଶରତ ସ୍ଵାଇଁ, ସଂଗ୍ରାମପ୍ରିୟ ତନ୍ତୀ,ବିଵେକ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆସନ୍ତା ସପ୍ତାହରେ ଦୀପାବଳି କିନ୍ତୁ ମାଟି ଦୀପ ବିକ୍ରି ନେଇ ଚିନ୍ତାରେ କୁମ୍ଭକାର

masiha

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ସାଧାରଣ ବେଠକ 

masiha

ରଜପର୍ବ ପାଳନ ସମାରୋହ ୨୦୨୫

masiha

Leave a Comment

error: Content is protected !!