ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ବିଜେଡି ଦଳର ମହିଳା ସଙ୍ଘଠାନିକ ବୈଠକ ଅନୁଷ୍ଠିତ 

ଜିଲ୍ଲା ବିଜେଡି ଦଳର ମହିଳା ସଙ୍ଘଠାନିକ ବୈଠକ ଅନୁଷ୍ଠିତ 

ବନ୍ଧୁଗାଁ ତା,୩/୧୦/୨୩, // କୋରାପୁଟ ସର୍କିଟ ହାଉସ ଠାରେ ମହିଳା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ମହିଳା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ଶ୍ରୀମତୀ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତା ବୈଠକରେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳର ଭୂମିକା ନେଇ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରତୈକଟି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ନେଇ ଆଲୋଚନା କରାଯାଇଛି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଝିନ୍ନ ହିକକା, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପାର୍ବତୀ ମସ୍ତି , ପୌର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ସାଂସଦ ପାର୍ଥିନୀ ଶ୍ରୀମତୀ କୌଶଲ୍ୟା ହିକକା,ରାଜ୍ୟ ମହିଳା ଉପ ସଭାନେତ୍ରୀ ଶ୍ରୀମତୀ ରିତା ପାଣିଗ୍ରାହୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ କିର୍ଷାନି, ଜିଲ୍ଲା ମହିଳା ସୋସିଆଲ ମିଡିଆ ସେଲ ସୁଶ୍ରୀ କାଦମ୍ବିନୀ ସେଠୀ, ଶ୍ରୀମତୀ ଇନ୍ଦିରା ନନ୍ଦ,ଶ୍ରୀମତୀ ବି ସୁନିତାଙ୍କ ସହ କୋରାପୁଟ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀ, ବ୍ଲକ ସଭାନେତ୍ରୀ,ମୁନିସିପାଲିଟି ସଭାନେତ୍ରୀ,ଏବଂ ପଦପଦବୀ ନେତ୍ରୀ ଉପସ୍ଥିତ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ଟେମରା ପଂଚାୟତର ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀ

masiha

ନଳବଣ୍ଟାରେ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!