ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପିସିସି ସଭାପତି ଭକ୍ତ ଚରଣଙ୍କ ରାଇରଙ୍ଗପୁର ଗସ୍ତ; ଦାଣ୍ଡବୋଷ ଗ୍ରାମରେ ୪୩ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ; ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆଦିବାସୀ ନ୍ୟାୟ ସଭାରେ ବିଜେଡି ଓ ବିଜେପି ଉପରେ ଆଦିବାସୀ ଭାରତ ନେଇ ଗର୍ଜିଲେ 

ପିସିସି ସଭାପତି ଭକ୍ତ ଚରଣଙ୍କ ରାଇରଙ୍ଗପୁର ଗସ୍ତ; ଦାଣ୍ଡବୋଷ ଗ୍ରାମରେ ୪୩ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ; ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆଦିବାସୀ ନ୍ୟାୟ ସଭାରେ ବିଜେଡି ଓ ବିଜେପି ଉପରେ ଆଦିବାସୀ ଭାରତ ନେଇ ଗର୍ଜିଲେ 

 ମୟୂରଭଞ୍ଜ – ୧୯/୦୪ // ନଵ‌ନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆଦି ରାଇରଙ୍ଗପୁର ଗସ୍ତ କରିଛନ୍ତି ।ନୂତନ ସଭାପତିଙ୍କୁ ରାଇରଙ୍ଗପୁର କଲେଜ ଛକରେ ଦଳୀୟ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ ।ପରେ ପିସିସି ସଭାପତି ଦାଣ୍ଡବୋଷ ଗ୍ରାମରେ ଏରୋଡ୍ରମ ଫିଲ୍ଡ ନେଇ ସରକାରଙ୍କ ଦ୍ଵାରା ଉଛେଦ ସୋଇଥିବା କ୍ଷତିଗ୍ରସ୍ତ ୪୩ ପରିବାରଙ୍କୁ ସହ ସାକ୍ଷାତ କରି ସେମାନଙ୍କ ଦୁଃଖ ଶୁଣିବା ସହ ସାନ୍ତ୍ଵନା ଦେଇଥିଲେ ।ଯେଭଳି ଭଗ୍ନ ଜରାଜୀର୍ଣ୍ଣ ଘରର ଅବସ୍ଥା ଏବଂ ବର୍ଷା,ଖରା ସହି ତାର୍ପୋଲିନ ତଳେ ରାତି ଅନ୍ଧାରରେ ସାପ ବିଛା ସହିତ ଏକାଠି ଛୁଆ ପିଲା ଧରି ରହିଥିବା ବିକଳ ଦୃଶ୍ଯ‌ ଦେଖି ଭାବ ବିହ୍ୱଳ ହୋଇ ପଡ଼ିଥିଲେ ।ସେଠାରୁ ଫେରି ସେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଯାଇ ଠାକୁରଙ୍କ ପୂଜାର୍ଚ୍ଚନା ସହ ଆଶୀର୍ବାଦ ନେଇଥିଲେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଷ୍ଟାଡିୟମ ପଡିଆ ପହଞ୍ଚିଥିଲେ ।ଦଳୀୟ ନେତୃବୃନ୍ଦ ତାଙ୍କୁ ମଂଚ ଉପରକୁ ପାଛୋଟି ନେଇଥିଲେ । ତାଙ୍କ ସହିତ ସିଡଵ୍ଲ୍ଯୁସି ସଦସ୍ୟା ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ସୁଶିଳା ତିରିଆ,ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ଜିଲ୍ଲା ପ୍ରଭାରୀ ନଳିନୀ ମହାନ୍ତି,ପ୍ରାକ୍ତନ ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ଜିଲ୍ଲା ସଭାପତି ଭୁବନ ସାହୁ,ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଅଶୋକ ସାହୁ,କେନ୍ଦୁଝର ଜିଲ୍ଲା ପ୍ରାକ୍ତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ପ୍ରାକ୍ତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ ରାଇରଙ୍ଗପୁର ବିଧାୟକ ଶ୍ୟାମ ଚରଣ ହାଁସଦା, ପ୍ରାକ୍ତନ ବହଳଦା ଵିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ରାଇରଙ୍ଗପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବାନରା ସମେତ ଅନ୍ଯ‌ନେତୃବୃନ୍ଦ ସାମିଲ ହୋଇଥିଲେ ।ଦଳୀୟ ନେତୃବୃନ୍ଦ ବିଜେଡି ଓ ବିଜେପି ସରକାରରେ ୨୪ ବର୍ଷର ମଧୁର ସଂପର୍କ ଏବଂ ଏବେ କେବଳ ୧୦ ମାସର ଶିଶୁ ବିଜେପି ସରକାରର ଆଦିବାସୀମାରଣ ନୀତି ଉପରେ ବର୍ଷିଥିଲେ ।ପରେ ରାଜ୍ୟ ସଭାପତି ମୟୂରଭଞ୍ଜ ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶାନ୍ତଶିଷ୍ଟ ଜିଲ୍ଲାରେ ଦାଣ୍ଡଵୋଷ ଗ୍ରାମରେ ସରକାର ଯେଭଳି ନିରିହ ଆଦିବାସୀଙ୍କୁ ଭୟଭୀତ କରାଇ ଉଛେଦ କରାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଦିର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ବସତି ଘର କରି ରହୁଥିବା ଆଦିବାସୀଙ୍କୁ ୨୦୦୬ ଜଙ୍ଗଲ ଆଇନ ଅନୁସାରେ ରେ ଜମିପଟ୍ଟ ନ‌ଦେଇ ଘର ଉଛେଦ କରାଇବା ମାନବୀୟ ଅଧିକାର ଉଲ୍ଲଙ୍ଘନ । କଂଗ୍ରେସ ଦଳ ହେଉଛି ଲୋକଙ୍କ ଦଳ ତଥା ଦଳିତ, ଆଦିବାସୀ,ପଛୁଆଵର୍ଗ,ଅସହାୟ,କୃଷକ, ଶ୍ରମିକଙ୍କ ଦଳ ।ମା’,ମାଟି, ମାନୁଷର ସ୍ଵାର୍ଥ ପାଇଁ କଂଗ୍ରେସ ଦଳ କ୍ଷମତାରେ ଥାଉ ନ ଥାଉ ଲଢେଇ ଜାରି ରଖିବ ।ସରକାର ଯଦି ୭ ଦିନ ମଧ୍ୟରେ ଉଛେଦ ପରିବାରଙ୍କୁ ନ୍ଯାୟ ପ୍ରଦାନ ନ କରନ୍ତି ତଥା ଆବାସ ଯୋଜନାରେ ଗୃହ ଏବଂ ଜୀବିକା ପାଇଁ ବ୍ୟବସ୍ଥା ନ କରନ୍ତି ତାହାହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବିଧାନସଭା ସମ୍ମୁଖରେ ଧାରଣା ଦେବେ। କ୍ଷତିଗ୍ରସ୍ତ ପରିବାରଙ୍କ ପଛରେ କଂଗ୍ରେସ ଦଳ ଖୁଣ୍ଟ ଭଳି ଛିଡା ହୋଇଛି ।ଏହି ଦଳୀୟ ସଭାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ ।ଦଳୀୟ କର୍ମୀଙ୍କୁ ରାଜ୍ୟ ସଭାପତି ସଂଞ୍ଜୀବନୀ ଦେଲେ । ପରିଚାଳନାରେ ବସନ୍ତ ପଟ୍ଟନାୟକ, ଚିକୁ ମହାନ୍ତି,ଭଜହରି ମହାନ୍ତ,ମନୋଜ ନାୟକ,ସୁବାସ ପାତ୍ର ଭାଗିରଥି ପାତ୍ର,ଇନ୍ତେକାମ୍ ଅଲ୍ଲି ,ଵେରେଲ ସିର୍କାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ଅବରୋଧ

Sunil Chandra Nayak

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

masiha

ବିଜେଡି ରୁ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ନିଲମ୍ବିତ ପ୍ରତିବାଦରେ ୪ ବ୍ଲକ ର ସମସ୍ତ ନିର୍ବାଚିତ ନେତା ଙ୍କ ସମୂହ ଇସ୍ତଫା 

Leave a Comment

error: Content is protected !!