ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଥୁଆମୁଳ ରାମପୁର:୪/୦୨ – (ମ.ନି.ସ):- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ହୋଇଥିବା ଅନିୟମିତତାକୁ ବିରୋଧ କରି ଆଜି ଯଥା ତା ୦୪/୦୨/୨୦୨୩ ରିଖ ଶନିବାର ଦିନ ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ବିଜେପି ପକ୍ଷରୁ ଜିଲ୍ଲା ବିଜେପି ଉପ – ସଭାନେତ୍ରୀ ଶ୍ରୀମତୀ ସନ୍ତୋଷୀନି ଦାସଙ୍କ ନେତୃତ୍ୱରେ ବ୍ଳକ କାର୍ଯ୍ଯାଳୟ ଘେରାଓ କରାଯାଇଥିଲା। ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଏକ ଶୋଭା ଯାତ୍ରାରେ ବାହାରି ବ୍ଳକ କାର୍ଯ୍ଯାଳୟ ଫାଟକରେ ପହଞ୍ଚି ବ୍ଳକ ଘେରାଓ କରାଯାଇଥିଲା। ବ୍ଳକ ଘେରାଓ କାର୍ଯ୍ଯକ୍ରମରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ସମ୍ପାଦକ ତଥା ସାଂସଦ ପ୍ରତିନିଧି ଥୁଆମୁଳ ରାମପୁର ବ୍ଳକ ଯୁବ ନେତା ଶ୍ରୀ ବିଷ୍ଣୁ ନାଏକ, ଡୁମେରପଦର ମଣ୍ତଳ ସଭାପତି ଶ୍ରୀ ଧନୁର୍ଯ୍ଯୟ ନାଏକ, ଥୁଆମୁଳ ରାମପୁର ମଣ୍ତଳ ପୂର୍ବତନ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପରିଚ୍ଛା, ମଣ୍ତଳ ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ, ଯୁବମୋଚ୍ଛା ସଭାପତି ଶ୍ରୀ ଆଲୋକ କୁମାର ନାଏକ, ବିଜେପି ଜିଲ୍ଲା ସଦସ୍ୟ ଓ ମଣ୍ତଳ ସଦସ୍ୟ ଶ୍ରୀ ବାମୁନୁ ନାଏକ, ଥୁଆମୁଳ ରାମପୁର ବ୍ଳକ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ବାଜ୍ରାଭୋଇ, ଶ୍ରୀ ଦୀପକ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ଥୁଆମୁଳ ରାମପୁର ବ୍ଳକ ବିଜେପିର ଶତାଧିକ ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଯୋଗ୍ଯ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବିପତ୍ରରେ ଉହ୍ଲେଖ କରିଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଜୁ ଜନତା ଦଳ ତରଫରୁ ଧାମନାଗୁଡ଼ା ପଞ୍ଚାୟତ ବାସୀଙ୍କ ଆନ୍ଦୋଳନ

Sunil Chandra Nayak

ଶଙ୍ଖ ଭବନରୁ ବିଜେପିକୁ ନବୀନ ପଟ୍ଟନାୟକଙ୍କ ସମାଲୋଚନା ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ,ସୁଶାସନ ଗୁରୁତ୍ଵପୂର୍ଣ୍ଣ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬

Leave a Comment

error: Content is protected !!