ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

 କାମାକ୍ଷାନଗର (ମ ନି ସ)4/2/23 // ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ଅଭିଭାବକ।ଆଜି ସକାଳୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ କରୁଛନ୍ତି ଆନ୍ଦୋଳନ ।ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ଯାଏ ୮୧ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ , ଏଠାରେ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି । ଯାହାକୁ ନେଇ ପାଠ ପଢ଼ାରେ ବହୁ ଅସୁବିଧା ହେଉଛନ୍ତି ଛ୍ରାତ୍ରଛାତ୍ରୀ ।ଏହାକୁ ନେଇ ବିଦ୍ୟାଳୟ କମିଟି ତରଫରୁ ପୂର୍ବରୁ ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ଆଜି ସକାଳୁ ବିଦ୍ୟାଳୟ ଆଗରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ଛାତ୍ର ଛାତ୍ରୀ ସହ ଅଭିଭାବକ ମାନେ । ଖବର ପାଇ କାମାକ୍ଷାନଗର ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା ଆନ୍ଦୋଳନ ସ୍ଥଳକୁ ଯାଇ ବୁଝାଇବା ସହ ଶିକ୍ଷକ ନିଯୁ୍କ୍ତିର ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବରେହୀ ନଦୀ କୂଳରେ ନେତାଙ୍କ ଭିଡ଼ 

Sunil Chandra Nayak

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ

Sunil Chandra Nayak

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ: ପୁରପଲ୍ଲୀ ଉତ୍ସବ ମୁଖର

masiha

Leave a Comment

error: Content is protected !!