ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ୪୨ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଉଦଯାପିତ 

ରାଇରଙ୍ଗପୁର ରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ୪୨ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଉଦଯାପିତ 

ମୟୂରଭଞ୍ଜ – ୪/୦୪ // ରାଇରଙ୍ଗପୁର ଛଉ ଭବନ ପରିସରରେ ଵାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗୀତା ଓ ବାର୍ଷିକୋତ୍ସବ ମହାସମାରୋହରେ ଆଜି ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଜି ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନବୀନ ରାମ ଅନ୍ୟତମ ଅତିଥି ସହକାରୀ ଉପଜିଲ୍ଲାପାଳ ସୁଧାକର ସେଠୀ ଏବଂ ସହକାରୀ ଉପଜିଲ୍ଲାପାଳ ଅନିତା ମହାନ୍ତ ଯୋଗ ଦେଇଥିଲେ ।ଛଉ ନୃତ୍ୟରେ ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ବଛାବଛା ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀତା ରେ ୧ ମ – ବାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ,୨- ବାବା କଳା ମହାଦେବ ଛଉ ନୃତ୍ୟ ପ୍ରତିଷ୍ଠାନ,୩- ବାମିନୀପାଳ ଛଉ ନୃତ୍ୟ ପ୍ରତିଷ୍ଠାନ ୪- ନଵଜ୍ଯୋତି ଛଉ ନୃତ୍ୟ ପ୍ରତିଷ୍ଠାନ ଏବଂ ୫ – କଳାପାତି ଛଉ ନୃତ୍ୟ ପ୍ରତିଷ୍ଠାନ ବିଜେତା ହୋଇଛନ୍ତି ।ବାରିପଦା ଛଉ ପଡ଼ିଆରେ ଏହି ୫ ଟି ଦଳ ଜିଲ୍ଲା ସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ । ଅତିଥି ଗଣ ଏହି ଦଳର କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ ।ତଦସହ ସାଧାରଣତନ୍ତ୍ର ଦିବସରେ ରାଇରଙ୍ଗପୁର ର ମହୁରୀ ବାଦକ ମାନଙ୍କୁ ମଧ୍ୟ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସହକାରୀ ଜିଲ୍ଲାପାଳ ଛଉ କଳାକାରମାନଙ୍କ ନୃତ୍ୟ ଓ ବାଦ୍ୟକୁ ତଥା ଅକ୍ଳାନ୍ତ ପରିଶ୍ରମକୁ ଭୁରି ଭୁରି ପ୍ରଶଂସା କରିବା ସହ ଆଗାମୀ ଜୀବନ ସୁନ୍ଦର ମଧ୍ୟ ହେଉ ବୋଲି କହିଥିଲେ । ମୁଖ୍ୟ ଅତିଥି ନବୀନ ରାମ କହିଥିଲେ ଛଉ ଭବନର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ।ତଦସହ କଳାକାର ମାନେ ନିଜର‌ ଶ୍ରେଷ୍ଠତ୍ଵ ସାରା ବିଶ୍ବରେ ପ୍ରଦର୍ଶନ କରନ୍ତୁ ତାଙ୍କ ଦ୍ଵାରା ତଥା ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ଅଛି ସେ ଆଣିବା ପାଇଁ ଚେଷ୍ଟା କରିବେ ।ପରେ ଓଡ଼ିଶା ପ୍ରସିଦ୍ଧ ଝୁମର ଗାୟିକା ଵଵିତା କ୍ଲିକ୍ ,ସୀମା କ୍ଲିକ୍ ଏବଂ ଝାଡ଼ଖଣ୍ଡ ର ଝୁମର କଳାକାର ରଣଜିତ ସୁନ୍ଦର‌ ସୁନ୍ଦର ଝୁମର ସଙ୍ଗୀତ ଗାଇବା ସହ ଅଁଳାଡୁବାର ଝୁମର ନୃତ୍ୟ ଦଳ ସେମାନଙ୍କ ନୃତ୍ୟ କଳାରେ ହଜାର ହଜାର ଦର୍ଶକଙ୍କ ମନମୋହି ଥିଲେ । ଶାନ୍ତି ଶୃଙ୍ଖଳାର ସହ ତିନିଦିନ ଧରି ଛଉ ନୃତ୍ୟ କାର୍ଯ୍ୟକ୍ରମ ସଂପନ୍ନ ସୋଇଥିବାରୁ ଅଂଚଳବାସୀ ଓ ଅନୁଷ୍ଠାନର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାପତି ଦ୍ବାରିକାନାଥ ମହାନ୍ତ ରାଜକାପୁର ମହାନ୍ତ,ଵିଭୂତିଭୁଷଣ ମହାନ୍ତ,ଜୀବନ ପାତ୍ର,ପୁର୍ଣ ମହାନ୍ତ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କନ୍ଦାଗଡ ପଥର ଶିଳ୍ପୀଙ୍କୁ ମିଳିଲା ଭତ୍ତା

Sunil Chandra Nayak

କୋକସରା ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!