ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ର ଦଣ୍ଡପାଟ ଅଂଚଳ କୁ ମରୁଡି ଘୋଷଣା କରିବା ଦାବୀ

ଦଣ୍ଡପାଟ ଅଂଚଳ କୃଷକ ସଂଘ ତରଫରୁ ଧର୍ମଗଡ଼ ଠାରେ ଚାଷୀ ମାନଙ୍କ ଏକ ରେଲି ଓ ସାଧାରଣ ସଭା….

ଆଜି ଦଣ୍ଡପାଟ ଅଂଚଳ କୃଷକ ସଂଘ ତରଫରୁ ଧର୍ମଗଡ଼ ଠାରେ ଚାଷୀ ମାନଙ୍କ ଏକ ରେଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା. ଚଳିତ ଖରିଫ ଋତୁରେ ଏହି ଅଂଚଳରେ ସ୍ୱଳ୍ପ ବୃଷ୍ଟି ହେତୁ ଚାଷୀ ମାନଙ୍କ ରୁଆ ବେଉସା ସମ୍ପର୍ଣ୍ଣ ବନ୍ଦ ହୋଇଯାଇଛି. ବର୍ଷା ଅଭାବରେ ଚାଷ ଜମି ସବୁ ଫାଟି ଆଁ କଲାଣି. ଜଳସେଚନର ଅଭାବ ହେତୁ ଚାଷୀ ପ୍ରତିବର୍ଷ ଏଭଳି ମରୁଡିର ଶୀକାର ହେଉଛି. ଫଳରେ ନିରୁପାୟ ହୋଇ ଆଗାମୀ ଦିନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପ୍ରସ୍ତୁତ ହେଉଥିବା ଚାଷୀ ମାନେ କହିଛନ୍ତି.

ଏଭଳି ପରିସ୍ଥିତିରେ ଧର୍ମଗଡ଼ ବ୍ଲକ ର ଏହି ଦଣ୍ଡପାଟ ଅଂଚଳ ର ନଅ ଗୋଟି ପଂଚାୟତ ଯଥା -ଗାଡିଆଯୋର, ଘୁମେର, ପର୍ଲା, କଦଳିମୁଣ୍ଡା, ଛଞ୍ଚାନବାହାଲି, ଧଁରପୁର, ଜୟନ୍ତପୁର, ବେହେରା, ତେଣ୍ଡାପାଲି ଆଦି ର ଶହ ଶହ ଚାଷୀ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ସମବେତ ହୋଇ ମୁଖ୍ୟମନ୍ତ୍ରୀ ଙ୍କୁ 5 ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି . ଏହି ଦାବୀ ପତ୍ର ରେ ମୁଖ୍ୟତଃ ଏହି ନଅ ଗୋଟି ପଂଚାୟତ କୁ ମରୁଡି ଘୋଷଣା କରିବା, ଛାତ୍ର ଛାତ୍ରୀ ମାନଙ୍କ ଫିଜ ଛାଡ଼ କରିବା,ଚାଷୀ ମାନଙ୍କ ଋଣ ଛାଡ଼ କରିବା, ମେଗା ଲିଫ୍ଟ ଯୋଜନାରେ ଜଳସେଚନ ବ୍ୟବସ୍ଥା କରିବା, ଫସଲବୀମା ଧାର୍ଯ୍ୟ ତାରିଖ ବୃଦ୍ଧି କରିବା ଆଦି ଦାବୀ କରାଯାଇଥିଲା. ଦାବୀ ସବୁ ପୂରଣ ନ ହେଲେ ଆଗାମୀ ଦିନରେ ଭୟଙ୍କର ଚାଷୀ ଆନ୍ଦୋଳନ କରାଯିବ ବୋଲି ବକ୍ତା ମାନେ ଘୋଷଣା କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଗଡିଆଯୋର ସରପଞ୍ଚ ଉଦିତ ନାଏକ, ଯୁବ ସଂଗ୍ରାମୀ ନେତା ରତନ ନାଏକ, ସେତୁରାମ ଭକ୍ତ, ଝସକେତନ ପାରି, ସୁଧୀର ବାଗ, ନିରାକାର ଗୋପାଳ, ଉପେନ୍ଦ୍ର ବାଗ, ସୁଧୀର ଗୋପାଳ, ଈଶ୍ୱରାମ ମାଝୀ,ଦିଲୀପ ନାଏକ,କ୍ଷୀର ସିନ୍ଧୁ ପାନ, ନବୀନ ମଶ୍ରା, ତୁଳସୀ ଗୋପାଳ, ଜଳନ୍ଧର ସାହୁ, ପୁର୍ଣ୍ଣ ସାହୁ, ନୀଳାଞ୍ଚଳ ସେଠିଆ, ଦେବୀ ଗୋପାଳ ଆଦି ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସିଂହପୁର ଠାରେ ବିଂଝାରପୁର ସୁରଭି ପକ୍ଷରୁ ବିଶ୍ୱ ଯୋଗ ଦିବସ 

masiha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

masiha

କୃଷି ଯନ୍ତ୍ରପାତି ମେଳା ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!