ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ ଚେୟାର ପ୍ରଦାନ

ରାଉରକେଲା: ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଏକ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ ଚେୟାର ହାଇଟେକ ହସ୍ପିଟାଲକୁ ପ୍ରଦାନ କରାଯାଇଛି l ହସ୍ପିଟାଲରେ ଏକ ଅସ୍ଥିଶଲ୍ୟ ଅସ୍ତ୍ରୋପଚାରର ସମ୍ମୁଖୀନ ହୋଇ ଭର୍ତ୍ତି ରହିଥିବା ମୁରଲୀ ମନୋହର ଦୁବେଙ୍କ ଜରୁରୀ ଆବଶ୍ୟକତା ଅନୁଭବ କରାଯିବା ପରେ ଏହା ଦିଆ ଯାଇଛି l ଏହି ଅବସରରେ ରୋଟାରୀ କ୍ଲବ ରାଉରକେଲା ରୟାଲର ସଭାପତି ବିଶ୍ୱନାଥ ଦେ ଓ ହାଇଟେକ ହସ୍ପିଟାଲର ସଂଯୋଜକ ସତ୍ୟନାରାୟଣ ରଥ ଉପସ୍ଥିତ ଥିଲେ l ଆରଜିଏଚ ର ଡା. ଗୋପାଳ ରାୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ l ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ କ୍ଲବର ସେକ୍ରେଟାରୀ ଉଦିତ ସାହୁ, ଗଣେଶ୍ୱର ପଟ୍ଟନାୟକ, ବସନ୍ତ ତନ୍ତୀ ଓ ପ୍ରଶାନ୍ତ ପାତ୍ର ଉପସ୍ଥିତ ଥିଲେ l ଏହି ପ୍ରକଳ୍ପର ସଂଯୋଜକ ଥିଲେ କ୍ଲବ ସଭାପତି ଅର୍ଚ୍ଚନା ଦେବତା l କ୍ଲବର ଉପଦେଷ୍ଟା ଆଲାମ ସିଂ ରୁପରା ଏହି ପ୍ରକଳ୍ପ ସକାଶେ ପ୍ରସ୍ତାବ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଦାସି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ଖୁସୀ ଆନନ୍ଦର ଆସର ଖ୍ରୀଷ୍ଟମାସ ବଡଦିନ

Sunil Chandra Nayak

Leave a Comment

error: Content is protected !!