ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାଧିନତା ଦିବସ ଉପଲକ୍ଷେ ଭବାନୀପାଟଣା ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ସ୍ବାଧିନତା ଦିବସ ଉପଲକ୍ଷେ ଭବାନୀପାଟଣା ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ସ୍ଥାନୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଅଣଗେଜେଟେଡ୍ କର୍ମଚାରୀ ସମ୍ମନୟ ସମିତି କଳାହାଣ୍ଡି ଶାଖା ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପୁରୁଣା ପଡ଼ା କମିଟିର ସହଯୋଗରେ ଏକ ମିଳିତ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରରେ ମାନ୍ୟବର ଲୋକସଭା ସଦସ୍ୟା ଶ୍ରୀମତୀ ମାଳବିକା ଦେବୀ, ଜିଲ୍ଲାପାଳ କଳାହାଣ୍ଡି, ଆରକ୍ଷି ଅଧୀକ୍ଷକ କଳାହାଣ୍ଡି ତଥା ଜିଲ୍ଲା ର ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମାନ୍ୟବର ମନ୍ତ୍ରୀ ସରକାରୀ କର୍ମଚାରୀ ତଥା ମନ୍ଦିର କମିଟି ର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ, ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଆଜିର ରକ୍ତଦାନ ଶିବିରର ମୋଟ୍ ୯୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମାନ୍ୟବର ବିଧାୟକ ଭବାନୀ ପାଟଣା ସଦର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୁନାଗଡ଼ ରୋଡ ଶାଖା ଓ ଅନ୍ୟାନ୍ୟ ଶୁଭେଚ୍ଛୁ ତଥା ରକ୍ତଭଣ୍ଡାରର ସମସ୍ତ କର୍ମଚାରୀ ସହଯୋଗ କରିଥିବାରୁ ଆୟୋଯୋକ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏନ୍ ଏସ୍ ଏସ୍ କୋ ୟୁନିଟ୍ ଦ୍ବାରାା Y-୨୦ ସଚେତନତା ତଥା ଅଭୀମୁଖୀକରଣ କାର୍ଯ୍ୟକ୍ରମ

Sunil Chandra Nayak

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ 

masiha

Leave a Comment

error: Content is protected !!