ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା: ୨୦୨୪ ବର୍ଷର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ,”ମନ୍ କି ବାତ୍ ” କାର୍ଯ୍ୟକ୍ରମକୁ ଏଲ୍ ଇ ଡି ମାଧ୍ୟମରେ ଶୁଣିବା ପାଇଁ ଆଜି ସେକ୍ଟର-୩ ସ୍ଥିତ କାର୍ଯ୍ୟାଳୟରେ ବିଜେପିର ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଜରିଆରେ ପୂର୍ବାହ୍ନ ୧୧.୦୦ ସମୟରେ ପ୍ରଚାରିତ ହେବାମାତ୍ରେ , ରାଉରକେଲା ଗ୍ରସ୍ତ ରେ ଆସିଥିବା ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ । ସେ ବହୁ ଧ୍ୟାନର ସହିତ ଏହି କାର୍ଯ୍ୟକ୍ରମକୁ ଦେଖିବା ଓ ଶ୍ରବଣ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପ୍ରଂଶସା କରିଥିଲେ । ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ଆଇ ଆଇ ଟି, ସ୍ପେସ ସେକ୍ଟର ଓ ଷ୍ଟାର୍ଟଆପ ରେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା ଭାରତୀୟଙ୍କୁ ଶୁଭ କାମନା ଜଣାଇ ଥିଲେ । ଲକ୍ଷାଧିକ ଅଣ ରାଜନୌତିକ ଯୁବକ ଆଗେଇ ଆସି ପଲିଟିକାଲ ସିଷ୍ଟମରେ ଯୋଡ଼ି ହେବାକୁ ଆହ୍ବାନ ଦେଇଥିଲେ । କାଶ୍ମୀରର ୭୫୦ ମିଟର ତ୍ରିରଙ୍ଗା ଯାତ୍ରା , ସମ୍ବିଧାନ ଦିବସ, ପ୍ରୟାଗରାଜ ମହାକୁମ୍ଭ ମେଳା, ଆନିମେଶନ, ଚଳଚ୍ଚିତ୍ର ଓ ଆମୋଦପ୍ରମୋଦ,ଚିତ୍ରାଙ୍କନ, ପାରାଗୁଏ ର ଅଦ୍ଭୁତ ପ୍ରୟାସ, ବସ୍ତର ଅଲମ୍ପିକ, ମେଲେରିଆ ନିରାକରଣ, ଆୟୁଷ୍ମାନ ଭାରତ ଯୋଜନାରେ କର୍କଟ ରୋଗର ସଫଳ ଚିକିତ୍ସା, କଳାହାଣ୍ଡି କିଷାନଙ୍କ ସବୁଜ କ୍ରାନ୍ତି ଓ ଭେଜିଟେବୁଲ ହବ୍ ଆଦି ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଆସନ୍ତା ୨୦୨୫ ଦେଶବାସୀଙ୍କ ଉଦ୍ଦେଶ୍ୟରେ “ସମସ୍ତେ ସୁସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ ଓ ସମସ୍ତଙ୍କ ପ୍ରଗତି ହେଉ” ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଇସନ ତିର୍କୀ,ମଳୟ ମହାପାତ୍ର, ସରୋଜ ଦାସ, ଶଶାଙ୍କ ଶେଖର ଜେନା, ଗଙ୍ଗାଧର ଦାଶ, ଜୟ କରଣ ଖାଲକୋ, ଅଜୟ କଂସାରୀ, ମନୋଜ ଶତପଥୀ, ମନୋଜ ମାହେଶ୍ୱରୀ, ସନ୍ତୋଷ ବିରାଟ, ଅକ୍ଷୟ ଦାଶ, ସତ୍ୟ ସାହୁ, ମାଦ୍ରୁ ଓରାମ, ପ୍ରତାପ ଦାସ, ସୁଶାନ୍ତ ମହାପାତ୍ର, ଜଗବନ୍ଧୁ ସାହୁ, ରମେଶ ଅଗ୍ରୱାଲ, ମନୋରଞ୍ଜନ ମୁନି, ଦିଲ୍ଲୀପ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଗୌତମ ବାଡ଼ା, ରାଜକିଶୋର ଭଞ୍ଜ, ସୁଦାମ ସାହୁ, ହେମନ୍ତ ଜେନା, ବ୍ୟାସଦେବ ନାଥ, ବିକ୍ରମ ମାଝୀ, ରଙ୍ଗବାହାଦୂର୍, ଜବାହରଲାଲ ମାହାଲି, ଶ୍ରନିବାସ ପଣ୍ଡା, ଗୌତମ ଭଗତଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

Sunil Chandra Nayak

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

masiha

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

Sunil Chandra Nayak

Leave a Comment

error: Content is protected !!