ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

 ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ଏସଓଏସ ଭିଲେଜ ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ମୂଳକ ସାମାଜିକ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ଜାମସେରା ପଞ୍ଚାୟତ ର ଜବାଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀ ଙ୍କ ଆବାହକତ୍ଵ ତଥା ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷ ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜବାଘାଟ ଗ୍ରାମବାସୀଙ୍କ ସହ ସୁନ୍ଦର ସ୍ବାସ୍ଥ୍ୟ ସୁନ୍ଦର ଜୀବନ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ପୂଜା ପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତରଖି କହିଲେ ଯେ ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ୟ ହିଁ ସୁନ୍ଦର ଜୀବନ ଗଠନ କରିପାରିବ। ସୁନ୍ଦର ସ୍ବାସ୍ଥ୍ୟ, ସୁନ୍ଦର ଜୀବନ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ସେ ଏହି ଅବସରରେ କଣ ଖାଇବା ଉଚିତ୍ କଣ ନଖାଇବା ଉଚିତ, ଖରାରେ କେତେ ସମୟ ଓ କେଉଁ ସମୟରେ ବସିବା,ଦାନ୍ତ କାହିଁକି ଦୁଇଥର ଘଷିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସଓଏସ ଭିଲେଜ ର ସହ ନିର୍ଦ୍ଦେଶକ ଜିଆସର ନନ୍ଦ, ରାଜେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ଅବସରରେ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଉତ୍ତରଦାତା ଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀ ପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ, କାର୍ଯ୍ୟକ୍ରମର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ରୋଟାରୀଆନ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଅର୍ଚ୍ଚନା ଦେବତା, ଡ଼ଃ କ୍ରିଷ୍ଣା ପରମାଣିକ, ସବିତା ମହାନ୍ତି, କ୍ରିଷ୍ଣାପ୍ରିୟା ବଳ ଓ ଗ୍ରାମବାସୀଙ୍କ ତରଫରୁ ସଞ୍ଜୁଲତା ପାତ୍ର,ମୀନା ମୋଚି,ସୁକମନୀ ସୁଲଙ୍କି, ସବିତା ସମାସୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

ଧାନ ବୋଝେଇ ଟ୍ର।କଟର ଗାଡି ଓଲଟିଲା ,ଚାଳକ ମୃତ୍ୟୁ

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!