ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମିଆପାଲିର ୮୪ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ପୁନର୍ବାସ ଓ ଥଇଥାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

କୁମିଆପାଲିର ୮୪ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ପୁନର୍ବାସ ଓ ଥଇଥାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଲୋୟର ସୁକତେଲ ପ୍ରକଳ୍ପରେ ପ୍ରଭାବିତ ସମସ୍ତ ପରିବାରଙ୍କ ତୁରନ୍ତ ସର୍ଭେ, ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ପ୍ରଦାନ ପାଇଁ ଦାବି 

ବଲାଙ୍ଗିର, ୨୨. ୭ – ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପନର ସମ୍ମୁଖୀନ ହେଉଥିବା ବଲାଙ୍ଗିର ଜିଲ୍ଲାର କୁମିଆପାଲି ଗ୍ରାମର ୮୪ଟି ଅନୁସୂଚିତ ଜନଜାତି ପରିବାରଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଗ୍ରାମର ସମସ୍ତ ୮୪ଟି ପରିବାର ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ରାଜ୍ୟର ବିକାଶ ପାଇଁ ସେମାନେ ନିଜ ପୈତୃକ ଜମି, ଘର, ଜଙ୍ଗଲ, ଜୀବିକା ଓ ସାଂସ୍କୃତିକ ଐତିହ୍ୟ ହରାଉଛନ୍ତି। ତେଣୁ ଭୂମି ଅଧିଗ୍ରହଣ, ନ୍ୟାୟସଙ୍ଗତ କ୍ଷତିପୂରଣ ଓ ପୁନର୍ବାସ ଅଧିନିୟମ–୨୦୧୩, ଓଡ଼ିଶା ସରକାରଙ୍କ ପୁନର୍ବାସ ନୀତି ଓ ଆଦିବାସୀଙ୍କ ପାଇଁ ପ୍ରଚଳିତ ସମସ୍ତ ସ୍ୱତନ୍ତ୍ର ସୁବିଧା ସେମାନଙ୍କୁ ମିଳିବା ଉଚିତ।

ସ୍ମାରକପତ୍ରରେ ଶ୍ରୀ ବିଶି ଉଲ୍ଲେଖ କରିଛନ୍ତି ଯେ, ପ୍ରାୟ ୫୦ଟି ପରିବାରର ସର୍ଭେ ଏପର୍ଯ୍ୟନ୍ତ କରାଯାଇନାହିଁ, ଯେତେବେଳେ ଜଳଭଣ୍ଡାରର ପାଣି କୁମିଆପାଲି ଗ୍ରାମରେ ପହଞ୍ଚି ସାରିଛି। ଯଦି ସର୍ଭେ ସମ୍ପୂର୍ଣ୍ଣ ନହୋଇ ବିସ୍ଥାପନ କରାଯାଏ, ତେବେ ଅନେକ ଆଦିବାସୀ ପରିବାର ଘର, ଜମି, ଫଳଗଛ, କୂଅ, ପୋଖରୀ, ବୋରୱେଲ, ଫସଲ ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷତିପୂରଣ ଏବଂ ପୁନର୍ବାସ ସୁବିଧାରୁ ବଞ୍ଚିତ ହେବେ।

ସେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ୮୪ ପରିବାରଙ୍କର ତୁରନ୍ତ ଓ ସମ୍ପୂର୍ଣ୍ଣ ସର୍ଭେ, ଗ୍ରାମସଭାର ଉପସ୍ଥିତିରେ ସ୍ୱଚ୍ଛ ପ୍ରକଳ୍ପ ପ୍ରଭାବିତ ପରିବାର( ପି.ଏ.ଏଫ )ଓ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି(ପି.ଏ.ପି )ତାଲିକା ପ୍ରସ୍ତୁତ କରିବା ଏବଂ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ନଦେଇ କୌଣସି ପରିବାରକୁ ବିସ୍ଥାପନ ନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।

ସମସ୍ତ ପ୍ରଭାବିତ ପରିବାର ଆଦିବାସୀ ହୋଇଥିବାରୁ ପ୍ରତ୍ୟେକ ଯୋଗ୍ୟ ବୟସ୍କ ସଦସ୍ୟଙ୍କୁ ପି.ଏ.ପି ଭାବେ ସ୍ୱୀକୃତି ଦେବା, ଆଇନ ଅନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରିବା ସହ ମୁଣ୍ଡପିଛା ଦୁଇଗୁଣା PAP ଆର୍ଥିକ ସହାୟତା/କ୍ଷତିପୂରଣ ବିଶେଷ କଲ୍ୟାଣମୂଳକ ପଦକ୍ଷେପ ଭାବେ ମଞ୍ଜୁର କରିବାକୁ ସେ ଦାବି କରିଛନ୍ତି।

ଏହାସହ ପ୍ରାୟ ୫୦ଟି ପରିବାର ସର୍ଭେରୁ ବାଦ ପଡ଼ିଥିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କୌଣସି ଯୋଗ୍ୟ ପରିବାର ବଞ୍ଚିତ ନହେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଅନୁରୋଧ କରିଛନ୍ତି।

Related posts

ନିଲାବାଡ଼ି କନ୍ୟାଶ୍ରମ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

masiha

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!