ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତ୍ୟାବର୍ତ୍ତନ // ସଫଳ ଅସ୍ତ୍ରୋପଚାର ଚକ୍ଷୁ ରୋଗୀ ଙ୍କୁ ସ୍ୱାଗତ କଲା ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ

ଫୁଲବାଣୀ ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ଏହି ସଙ୍ଗଠନ ର ସଭାପତି ସୁର ପ୍ରସାଦ ନାୟକ ଓ ସମ୍ପାଦକ ନୀଳମାଧବ ଦିଗାଲ ଙ୍କ ନେତୃତ୍ୱରେ ଏକ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ଚିକିତ୍ସା କରାଯାଇ ୫୬ ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ ହୋଇଥିଲେ । ସେହି ରୋଗୀ ମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୬ ଜଣ ମୋତିଆ ବିନ୍ଦୁ ରୋଗୀ ଙ୍କର ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଏବଂ ସେମାନଙ୍କ ଦେଖାଶୁଣା କରିବା ପାଇଁ ୧୨ ଜଣ ସମ୍ପର୍କୀୟ ଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ କୁ ପଠାଯାଇଥିଲା। ସେହି ୩୬ ଜଣ ମୋତିଆ ବିନ୍ଦୁ ଚକ୍ଷୁ ରୋଗୀ ଙ୍କ ମଧ୍ୟରୁ ୩୫ ଜଣ ସଫଳ ଅସ୍ତ୍ରୋପଚାର ହୋଇ କନ୍ଧମାଳ ଫେରିଛନ୍ତି। ଏହି ସଫଳ ଅସ୍ତ୍ରୋପଚାର ରୋଗୀ ମାନଙ୍କୁ ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ସଭାପତି ସୁରପ୍ରସାଦ ନାୟକ ପୂର୍ବତନ ସମ୍ପାଦକ ନୀଳମାଧବ ଦିଗାଲ, ଉପ ସଭାପତି ଭ୍ରମରବର ବେହେରା, କୋଷାଧ୍ୟକ୍ଷ ଲଲାଟେନ୍ଦୁ ନାୟକ ,ସକ୍ରିୟ ସଦସ୍ୟ ସୁକାନ୍ତ ବେହେରା, ବିନୋଦ ବେହେରା, ଦିଗାମ୍ବର କଁହର ପ୍ରମୁଖ ଫୁଲବାଣୀ ବାପୁଜୀ ବସଷ୍ଟାଣ୍ଡ ରେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ମିଠା ଖୁଆଇ ସ୍ୱାଗତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଅନ୍ୟ ୨୦ ଜଣ ଚକ୍ଷୁ ରୋଗୀ ଙ୍କୁ ଅସ୍ତ୍ରୋପଚାର ନିମନ୍ତେ ପଠାଯିବ ବୋଲି ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ସଭାପତି ଓ ସମ୍ପାଦକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ସୁଲୋଚନା ସେବା ସଙ୍ଘ ତରଫରୁ ବାବା ଖଲେସ୍ଵର୍ ପୀଠର୍ ପୁନରୁଦ୍ଧାର ଓ ଉନ୍ନତିକରଣ 

Sunil Chandra Nayak

ଗ୍ରାମ ରୋଜଗାର ସେବକ ଙ୍କୁ ଆକ୍ରମଣ ର ଦଶ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

Sunil Chandra Nayak

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

Sunil Chandra Nayak

Leave a Comment

error: Content is protected !!