ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ହେଉଛି ବରିଷ୍ଠ ନାଗରିକ 

ପଞ୍ଚମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ହେଉଛି ବରିଷ୍ଠ ନାଗରିକ

ଖଇରା,୦୭/୦୨/୨୫ – ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସରରେ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଚଳିତ ବର୍ଷ ଫେବୃଆରୀ ମାସ ୧ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା । କୌଣସି କାରଣରୁ ଉକ୍ତ ତାରିଖ ବାତିଲ ହୋଇ ଆସନ୍ତା ୧୫ ଫେବୃଆରୀ ୨୦୨୫ ଧାର୍ଯ୍ୟ ହୋଇଛି । ବ୍ଲକ ଶିକ୍ଷକ ସଂଘ ଭବନରେ ପାଳନ କରାଯିବ । ବୈଠକରେ ସଭାପତିତ୍ବ କରିଥିଲେ ସଭାପତି ଶରତ କୁମାର ବିଶ୍ଵାଳ । ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, କୋଷାଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଅନାମ ଚରଣ ପଣ୍ଡା, ପଦ୍ମଲୋଚନ ଦାସ, ଅରୁଣ କୁମାର ସ୍ବାଇଁ, ପୂର୍ବତନ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ଖିଲାର, ଅଭିରାମ ମହାପାତ୍ର, ବୁଦ୍ଧି ରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଅତିଥି ଭାବେ ଯୋଗ ଦେବା ପାଇଁ ହେଲେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା, ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଭାରପ୍ରାପ୍ତ ଅଧିକାରୀ ବିଡ଼ିଓ ତଥା ତହସିଲଦାର ଜିତେନ୍ଦ୍ର ମୁର୍ମୁ, ଖଇରା ମେଡ଼ିକାଲର ଡାକ୍ତର ପ୍ରଭାକର ମିଶ୍ରଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବା ପାଇଁ ମତ ପ୍ରକାଶ ପାଇଥିଲା । ଉକ୍ତ ବାର୍ଷିକ ଉତ୍ସବ ଉତ୍ସବରେ ମଞ୍ଚ ତରଫରୁ ଖଇରା ଗୌରବ ସମ୍ମାନ ୩ ଜଣ, ବର୍ଷୀୟାନ ସମ୍ମାନ ୨ ଜଣ ଏବଂ କର୍ମବୀର ସମ୍ମାନରେ ୬ ଜଣଙ୍କୁ ସମ୍ମାନିତ କରାଯିବା ନିମନ୍ତେ ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ଖଇରା ବ୍ଲକର ୪ଟି ଯୋନର ବହୁ ବରିଷ୍ଠ ନାଗରିକ ଓ ସମାଜସେବୀ ବୁଦ୍ଧିଜିବୀ ମାନେ ଉପସ୍ଥିତ ରହିବା ପାଇଁ ମଞ୍ଚର ସଭାପତି ଓ ସମ୍ପାଦକଙ୍କ ଅନୁରୋଧ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

କମଳାର୍ଜୁନ କଲେଜରେ ପରିମଳ ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମହାମାୟା କଲେଜରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

masiha

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,  ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

masiha

Leave a Comment

error: Content is protected !!