ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

ରାଉରକେଲା/ ସ୍ଥାନୀୟ ଭଂଜଭବନ ଠାରେ ମୁକ୍ତ ରାଉରକେଲା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ବଡି ବିଲଡିଂରେ ଅଭିଷେକ ବେହୁରିଆ ମିଃ ରାଉରକେଲା ୨୦୨୨ ହେବାର ଗୌରବ ହାସଲ କରିଛନ୍ତି । ଗଣେଶ ବି ଜିମ୍ ଆୟୋଜିତ ଓ ରାଉରକେଲା ଫିଜିକ୍ କଲଚର ଆସୋସିଏସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ସୁନ୍ଦରଗଡ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ମନୋରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ବିଚାରକ ଡଃ ହରମୋହନ ମଲ୍ଲିକ,ଅରୁଣ ପ୍ରଧାନ,ଆଇନଜୀବୀ ବିଜୟ କୁମାର ଦାସ, ନିହାର ସାମଲ ପ୍ରମୁଖ ବିଚାରକଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ମୂଲ୍ୟାୟନ କରିଥିବା ବେଳେ ଓଡିଶା ବଡି ବିଲଡିଂ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରାୟ ୭୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ଶ୍ରୀ ବେହୁରିଆ ମିଷ୍ଟର ରାଉରକେଲା ୨୦୨୨ର ବିଜେତା ହେବାସହ ଟ୍ରଫି ଓ ନଗଦ ଅର୍ଥ ତଥା ଜିତେନ୍ଦ୍ର ଗୁପ୍ତା ମେନସ୍ ଫିଜିକ୍ ରେ ବିଜେତା ହୋଇ ଟ୍ରଫି ସହ ନଗଦ ଅର୍ଥ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଷ୍ଟେଜ ମାର୍ଶଲ ରାକେଶ ସିଂହ ଓ ସନ୍ତୋଷ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

masiha

ନର୍ଲା ପଞ୍ଚାୟତ ସମିତିର ୬ଷ୍ଠ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ 

masiha

Leave a Comment

error: Content is protected !!