ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ 

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ 

ରାଉଲକେଲା: ୨୦୧୪ ରେ ନିର୍ବାଚନକୁ ଆଖିଆଗରେ ରଖି ୨୦୧୩ ମସିହାରେ ପ୍ରାକ୍ତନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବର୍ଷରୁ ଦାବି ହୋଉଥିବା କୋଏଲ ବାରେଜ ନିର୍ମାଣ ପାଇଁ ଫଳକ ଲଗାଇଥିଲେ । କାମ ହେବାତ ଦୂରର କଥା ଏହାର ଫଳକ କୁଆଡେ଼ ଉଭେଇଗଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ସଦୃଶ୍ୟ ହେଲା । ବହୁ ଜନ ଆନ୍ଦୋଳନ, ସମାଲୋଚନା ଓ ଜନତାଙ୍କ ଦାବି ଯୋଗୁଁ ପୁନର୍ବାର ୨୦୧୯ ନିର୍ବାଚନ ଆଗରୁ ନିର୍ମାଣ କରିବାକୁ ଘୋଷଣା କଲେ ଓ ଫଳକ ଲଗାଇଲେ । ପରିଷେଶରେ ୨୦୨୩ ମସିଆରେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ନଦୀ ଅପରପଟେ ରହୁଥିବା ଗ୍ରାମବାସୀ ମାନେ ବର୍ଷା ଦିନେ ଡଙ୍ଗାରେ, ଖରାଦିନେ ବାଉଁଶରେ ନିର୍ମିତ ପୋଲ ଉପରେ ସାଇକେଲ, ମୋଟର ସାଇକଲ ଓ ମୁଣ୍ଡରେ ବୋହି ପରିବା ବିକିକାକୁ ଆସୁଛନ୍ତି । ସ୍କୁଲ କଲେଜରେ ପଢ଼ୁ ଥିବା ବିଦ୍ୟାର୍ଥୀ, ହସ୍ପିଟାଲକୁ ଆସୁଥିବା ଅସୁସ୍ଥ ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ବିଧାୟକ ଦୁର୍ଗା ଚରଣ ତନ୍ତୀ ପଥଚାରୀଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସେମାନେ କିଭଳି କଷ୍ଟରେ ଜୀବନ ଯାପନ କରୁଛନ୍ତି ତାର ଅନୁଭୂତି ସଂଗ୍ରହ କରିଥିଲେ । ଏହି ପ୍ରକଳ୍ପର ଅଗ୍ରଗତି ଦେଖିବା ପାଇଁ ବିଧାୟକ ଶ୍ରୀ ତନ୍ତୀ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହିତ ଏହାର ତଦାରଖ କରିଥିଲେ । ସେଠାରେ କାର୍ଯ୍ୟସ୍ଥଳ ଶ୍ରମିକ ମାନଙ୍କ କାମ କରିବା ପାଇଁ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଥିବାରୁ କ୍ଷୋଭ ପ୍ରକଟ କରିବା ସହିତ ତୁରନ୍ତ ଏହାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟସ୍ଥଳରେ ସର୍ବନିମ୍ନ ମଜୁରୀ, କାର୍ଯ୍ୟ ସମୟ, ଠିକାଦାର ନାମର ବୋର୍ଡ ବି ନଥିଲା । ଶ୍ରୀ ତନ୍ତୀ ଉପସ୍ଥିତ ଥିବା ଓଡ଼ିଶା ସରକାର ରାଉରକେଲା ଜଳସେଚନ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଧନଜୟ କଲା ଓ ଠିକାଦାର କମ୍ପାନୀ ବାଲାଜୀ ଇଞ୍ଜିକନ୍ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ରମେଶ ଚଖାଙ୍କୁ ଉପୋରକ୍ତ ସମସ୍ୟାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପର ଅଗ୍ରଗତି ଓ ନିର୍ମାଣର ସମୟ ଉପରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ମାର୍ଚ୍ଚ ମାସ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଏସ . ଇ ଶ୍ରୀ କଲା ପ୍ରକାଶ କରିଥିଲେ । ଶ୍ରୀ ତନ୍ତୀ ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହିତ ପ୍ରକଳ୍ପର କ୍ୱାଲିଟୀରେ କୌଣସି ଖିଲାପ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜଳ ମୁଖପାତ୍ର ଗଙ୍ଗାଧର ଦାଶ,ସଂପାଦକ ଅଜୟ କାଂସାରୀ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l ଏହାପରେ ଶ୍ରୀ ତନ୍ତୀ ହମିରପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଓ ଷ୍ଟାଫ ଙ୍କ ସହିତ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି କ୍ଲାସ ରୁମର ଅଭାବ, ଟଏଲେଟ୍, ପାନୀୟ ଜଳ , ବିଦ୍ୟୁତ ଆଦି ସମସ୍ୟା ଉପରେ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଶ୍ରୀ ତନ୍ତୀ ପ୍ରତିଶ୍ରୁତି ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇଘର ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଟାଉନଥାନା ! ଅଜଣା ପିକ୍ଅପ୍ ଭେନ ଧକ୍କାରେ ସ୍କୁଟି ଆରୋହୀ ବାପପୁଅ ଗୁ୍ରୁତର

Sunil Chandra Nayak

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

Leave a Comment

error: Content is protected !!