ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମେଧା ସମ୍ମାନ 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମେଧା ସମ୍ମାନ 

କଟକ : ୨୦୨୪ – ୨୫ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷାରେ ୪୨ ମୌଜା ଅଂଚଳରେ ଦ୍ଵିତୀୟ ସର୍ବୋଚ୍ଚ ୫୩୭ ନମ୍ବର ପ୍ରାପ୍ତ କରିଥିବା ଶ୍ରୀ ସରସ୍ଵତୀ ବିଦ୍ୟା ମନ୍ଦିର ଶ୍ରୀରାମ ବିଦ୍ୟାଳୟର ଛାତ୍ରୀ ତଥା ପଟଣା ଗ୍ରାମର ତ୍ରିନାର୍ଥ ଆଚାର୍ଯ୍ୟ ଓ ସ୍ମୃତି ରେଖା ଆଚାର୍ଯ୍ୟଙ୍କ କନ୍ୟା ତୃପ୍ତି ସଂଚିତା ଆଚାର୍ଯ୍ୟଙ୍କୁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପାଟଣା ତରଫରୁ ସମ୍ୱର୍ଦ୍ଧିତ କରାଯାଇଛି । ନିଜର ସଫଳତା ପାଇଁ ତୃପ୍ତି ସଂଚିତା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଜର ମାତା ପିତାଙ୍କୁ ଶ୍ରେୟ ଦେଇଛନ୍ତି । ପ୍ରତିଷ୍ଠାନ ସଭାପତି ସରୋଜ ନଳିନୀ ପରିଜା,ଉପଦେଷ୍ଟା ପ୍ରଫେସର କଲିମୁଲ୍ଲା,ମହାସଚିବ ରୁଦ୍ର ନାରାୟଣ ଦାସ,ଉପସଭାପତି ଉପେନ୍ଦ୍ର ବାରିକ,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ,ସନ୍ତୋଷ କୁମାର ଭୋଇ,ସାମ୍ବାଦିକ ଅଫସର ଅଲ୍ଲୀ ଖାଁ,ରଜତ କୁମାର ମହାନ୍ତି , ଉମାକାନ୍ତ ଜେନା ପ୍ରଭୁତି ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

masiha

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

Leave a Comment

error: Content is protected !!