ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଯୁବ ବିଧାୟକ ଶ୍ରୀ ମାଝୀ ଙ୍କୁ ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ 

ନବରଙ୍ଗପୁର ଯୁବ ବିଧାୟକ ଶ୍ରୀ ମାଝୀ ଙ୍କୁ ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ 

ନବରଙ୍ଗପୁର:( ୨୪ /୬/୨୪)(ରବି ନାରାୟଣ ମହାନ୍ତି)ଅଦ୍ୟ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀଙ୍କୁ ନବରଙ୍ଗପୁରଠାରେ ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓ ଏସ ଏସ ଟି ଏ) ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହା ସହିତ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ସହ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ନିମନ୍ତେ ସକାରାତ୍ମକ ଆଲୋଚନା ହୋଇଥିଲା l ନିର୍ଦ୍ଦିଷ୍ଟ କିଛି ପ୍ରମୁଖ ବିଷୟ ଉପରେ ବିଶେଷ ଭାବରେ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଯଥା- ଅନୁଦାନରୁ ବଞ୍ଚିତ ହୋଇଥିବା ସମସ୍ତ ବିଦ୍ୟାଳୟକୁ ଅନୁଦାନ ପରିସର ଭୁକ୍ତ କରିବା , ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଓ ଅଦ୍ୟାବଧି ଅବସର ନେଇଥିବା ସମସ୍ତ କର୍ମଚାରୀ ମାନଙ୍କୁ ପେନସନ ଓ ଅବସର କାଳୀନ ସୁବିଧା ପ୍ରଦାନ କରିଵା , ସରକାରୀ ବିଦ୍ୟାଳୟରେ ଏନ୍ ପି ଏସ୍ ଶିକ୍ଷକ ମାନଙ୍କର ବରିଷ୍ଠତା ଭିତ୍ତିରେ ଇନକ୍ରିମେଣ୍ଟ ପ୍ରଦାନ କରିବା ଇତ୍ୟାଦି । ବିଧାୟକ ଶ୍ରୀଯୁକ୍ତ ମାଝୀ , ଆମର ଗର୍ବ ଓ ଗୌରବ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅବଗତ କରାଇ ରାଜ୍ୟ ଓଷ୍ଟା ସଂଗଠନର ଉପସ୍ଥିତିରେ ବିସ୍ତାରିତ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ |ଶ୍ରୀଯୁକ୍ତ ମାଝିଙ୍କୁ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ କରିବାର ଅଦମ୍ୟ ଆଗ୍ରହକୁ ଜିଲ୍ଲା ଓ ଏସ ଏସ ଟି ଏ ସଂଗଠନ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ତାଙ୍କର ଶିକ୍ଷା/ ଶିକ୍ଷକ ଓ ଶିକ୍ଷାୟତନରେ ବିକାଶ ମୂଳକ ସମସ୍ତ କାର୍ଯ୍ୟରେ ତାଙ୍କୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଗଠନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବାଶିଷ ନନ୍ଦୀ,ଜିଲ୍ଲା ସମ୍ପାଦକ ଶ୍ରୀ ମିହିର କାନ୍ତି ଢାଲି,ରାଜ୍ୟ ସଂଗଠନର ଉପ ସଭାପତି ଶ୍ରୀ ଅରୁଣ କୁମାର ବଳ , ଶିକ୍ଷା ପ୍ରଦୀପ ସହ -ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସହ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ, ନବରଙ୍ଗପୁର ବ୍ଲକ ସଭାପତି ଶ୍ରୀ ପ୍ରଫୁଲ୍ଲ କର୍କରା ,ବ୍ଲକ ପଦାଧିକାରୀ ଶ୍ରୀ ଆଲୋକ ଦାସ,ଶ୍ରୀ ପ୍ରବୀଣ ପଟ୍ଟନାୟକ,ଶ୍ରୀ ଅର୍ଜ୍ଜୁନ କୁମାର ଦାଶ ,ଉମରକୋଟ ବ୍ଲକ ସଭାପତି ଶ୍ରୀ ନଗେନ୍ଦ୍ର କୁମାର ରାଉତ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ପ୍ରଭାତ ନାୟକ, ଅଞ୍ଜନ କୁମାର ଜେନା ସହିତ ସଂଖ୍ୟାଧିକ ଶିକ୍ଷକ ଉପସ୍ଥିତ ଥିଲେ। ସମସ୍ତ ସଂଘ ପଦାଧିକାରୀ ଓ ଶିକ୍ଷକ ମାନେ ବିଧାୟକ ଙ୍କ ଆଗ୍ରହ ସହ ପ୍ରତିଶ୍ରୁତି ଦେବା ନେଇ ସମସ୍ତେ ଆତ୍ମ ସନ୍ତୋଷ ପାଇବା ସହିତ ବିଧାୟକ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l

ମସିହା ନିୟୁଜ ସର୍ଭିସ୍ 

Related posts

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ ତରିଆ ମୁହାଭଟ୍ଟା ରେ ପୁଣି ବାଘ ଆତଙ୍କ

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

ଗାଁ ରେ ମଦ ବନ୍ଦ ପାଇଁ ଗାଁ ମହିଳା ଙ୍କ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!