ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

ରାୟଗଡ଼ା : ତା : ୨୬/୦୬/୨୪ // ରାୟଗଡ଼ା ନଗର ସ୍ଥିତ ମାଁ ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ଚଳିତ ମାସ ୩୩ ତାରିଖ ରୁ ହନୁମାନ ଚାଳିଶା ପଠନ ଓ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବା ସୂଚନା ମିଳିଛି । ମଙ୍ଗଳା ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଉଦ୍ଯୋଗ ଓ ଅନ୍ୟ ସନାତନୀ ପ୍ରେମୀ ଅନୁରାଗୀ ମାନଙ୍କ ପ୍ରଚେଷ୍ଟା ଦ୍ବାରା ସୂଚିତ ତାରିଖରେ ସଂଧ୍ଯା ୭ ଘଣ୍ଟାରୁ ଆରମ୍ଭ ହୋଇ ରାତ୍ର ୮,୩୦ ଘଣ୍ଟା ସମୟରେ ସମାପନ କରାଯାଇ ଶ୍ରୋତା ଶ୍ରଦ୍ଧାଳୁ ମାନଙ୍କୁ ଶୁଖା ପ୍ରସାଦ ପ୍ରଦାନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମର ପ୍ରବକ୍ତା ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ମହାଶୟ ହନୁମାନ ଚାଳିଶା ପଠନ ସହ ବିଶଦ୍ ଭାବେ ଉପସ୍ଥିତ ଶ୍ରୋତା ଶ୍ରଦ୍ଧାଳୁ ମାନଙ୍କୁ ଅବଗତ କରାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟତଃ ଦୈନିକ ପ୍ରାୟ ୨୦୦ ରୁ ଉର୍ଦ୍ଧ ଆଧ୍ଯାତ୍ମିକ ପ୍ରେମୀ ଏହା ଶୁଣି ନିଜକୁ ପରିମାର୍ଜିତ କରି ହନୁମାନଙ୍କ ପରି ହେବାକୁ ଅନୁଭବ ହେଉଥିବା ଆଧ୍ଯାତ୍ମିକ ପ୍ରେମୀମାନଙ୍କ ମହଲରେ ଦେଖିବାକୁ ମିଳୁଛି। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ତ୍ରିନାଥ ମହାରଣା ଓ ବିମଳ କୁମାର ସାହୁ , ଜୟଦେବ ସେଠ ଭାଇ , ରଙ୍କନିଧି ସାହୁ , ଲଳିତ ମୋହନ ଜେନା ସଂପୂର୍ଣ୍ଣ ପରିଚାଳନା କରୁଥିବା ଦେଖିବାକୁ ମିଳିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଶ୍ଚିମ ମୟୁରଭଞ୍ଜ ଠିକାଦାର ସଂଘ ପକ୍ଷରୁ ବିଧାୟକଙ୍କ ସହ ବୈଠକ 

Sunil Chandra Nayak

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଯାପିତ 

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

masiha

Leave a Comment

error: Content is protected !!