ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

ରାୟଗଡ଼ା : ତା : ୨୬/୦୬/୨୪ // ରାୟଗଡ଼ା ନଗର ସ୍ଥିତ ମାଁ ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ଚଳିତ ମାସ ୩୩ ତାରିଖ ରୁ ହନୁମାନ ଚାଳିଶା ପଠନ ଓ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବା ସୂଚନା ମିଳିଛି । ମଙ୍ଗଳା ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଉଦ୍ଯୋଗ ଓ ଅନ୍ୟ ସନାତନୀ ପ୍ରେମୀ ଅନୁରାଗୀ ମାନଙ୍କ ପ୍ରଚେଷ୍ଟା ଦ୍ବାରା ସୂଚିତ ତାରିଖରେ ସଂଧ୍ଯା ୭ ଘଣ୍ଟାରୁ ଆରମ୍ଭ ହୋଇ ରାତ୍ର ୮,୩୦ ଘଣ୍ଟା ସମୟରେ ସମାପନ କରାଯାଇ ଶ୍ରୋତା ଶ୍ରଦ୍ଧାଳୁ ମାନଙ୍କୁ ଶୁଖା ପ୍ରସାଦ ପ୍ରଦାନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମର ପ୍ରବକ୍ତା ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ମହାଶୟ ହନୁମାନ ଚାଳିଶା ପଠନ ସହ ବିଶଦ୍ ଭାବେ ଉପସ୍ଥିତ ଶ୍ରୋତା ଶ୍ରଦ୍ଧାଳୁ ମାନଙ୍କୁ ଅବଗତ କରାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟତଃ ଦୈନିକ ପ୍ରାୟ ୨୦୦ ରୁ ଉର୍ଦ୍ଧ ଆଧ୍ଯାତ୍ମିକ ପ୍ରେମୀ ଏହା ଶୁଣି ନିଜକୁ ପରିମାର୍ଜିତ କରି ହନୁମାନଙ୍କ ପରି ହେବାକୁ ଅନୁଭବ ହେଉଥିବା ଆଧ୍ଯାତ୍ମିକ ପ୍ରେମୀମାନଙ୍କ ମହଲରେ ଦେଖିବାକୁ ମିଳୁଛି। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ତ୍ରିନାଥ ମହାରଣା ଓ ବିମଳ କୁମାର ସାହୁ , ଜୟଦେବ ସେଠ ଭାଇ , ରଙ୍କନିଧି ସାହୁ , ଲଳିତ ମୋହନ ଜେନା ସଂପୂର୍ଣ୍ଣ ପରିଚାଳନା କରୁଥିବା ଦେଖିବାକୁ ମିଳିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ବିପଦ ସଙ୍କୁଳ ଅବସ୍ଥାରେ ଯାଗୁଗୁଡ଼ା ଗ୍ରାମର ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର , ୨-ଛାତି ଯନ୍ତ୍ରଣାରେ ଅତିଥି ଗଣିତ ଶିକ୍ଷକଙ୍କ ମୃତ୍ୟୁ 

Sunil Chandra Nayak

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

masiha

Leave a Comment

error: Content is protected !!