ପଵନ କ୍ରିକେଟ ଟୁର୍ନାମେଣ୍ଟରେ ରାଜୁଗୁଡା ଦଳ ହେଲେ ଚମ୍ଫିଆନ
ବନ୍ଧୁଗାଁ ତା -୨୫/୬/୨୪ ଆଜିକାଲି ଯୁଆଡେ ଦେଖିବେ କ୍ରିକେଟ ଖେଳର ଟୁର୍ନାମେଣ୍ଟ ହୋଉଥିବାର ଦେଖିବାକୁ ମିଳିଚି I କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଜୋନ -୨ ପଟାଙ୍ଗି ବ୍ଲକର ରାଲେଗଡ଼ା ପଞ୍ଚାୟତ ଅନ୍ତର୍ଗତ ରାଜୁଗୁଡା ଗ୍ରାମର ଯୁବଗୋଷ୍ଟି ଦ୍ୱାରା ଆୟୋଜନ ଦ୍ୱାରା ଗତ କିଛିଦିନ ପୂର୍ବେ ତଥା ତା, ୩:୬:୨୪ ରେ ପବନ ମେମୋରିଆଲ ୧୫ ଓଭର ବିଶିଷ୍ଟ କ୍ରିକେଟ ଟୁର୍ନାମେଣ୍ଟ
ଆରମ୍ଭ ହୋଇଥିଲା I ଏଥିରେ ୧୬ ଗୋଟି ଦଳିୟ ଟିମକୁ ନେଇ ଆୟୋଜନ କରାଯାଇଥିଲା I ଆଜି ଦୁଇଦଳ ମଧ୍ୟରେ ଫାଇନାଲ ତଥା ଅନ୍ତିମ ମେଚ ଖେଳା ଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ପଟାଙ୍ଗି ନିର୍ବାଚନ ମଣ୍ଡଳିର ଜୋନ -୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଲୋଇଚନ ଖରା ଯୋଗଦେଇ ଆଜିର ଖେଳର ଉଦଘାଟନ କରିଥିଲେ I ଆଜିର ଖେଳର ଆରମ୍ଭ ବେଳକୁ ଦୁଇଦଳ ମଧ୍ୟରେ ଟସ ପକାଯାଇଥିଲା ରାଜୁଗୁଡା ଦଳ ଟସ ଜିତି ବେଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୧୫୫ ରନ କରିବାରେ ସଫଳ ହୋଇଥଲେ I ଉକ୍ତ ୧୫୬ ରନର ବିଜୟକୁ ପିଛା କରି ଲାଉଡ଼ି ଦଳ ମାତ୍ରକ ସମସ୍ତ ଉଇକେଟ ହରାଇ କେବଳ ୭୭ ରନରେ ସୀମିତ ରହିଥିଲା I ରାଜୁଗୁଡା ଦଳ ୭୮ ରନରେ ବିଜୟ ହୋଇ ଚଳିତ ବର୍ଷର ଚମ୍ଫିଆନ ହୋଇଛନ୍ତି I ବିଜେତା ଦଳ ରାଜୁଗୁଡା କୁ କୋଡିଏ ହଜାର ଟଙ୍କା ସହ ଟ୍ରଫି ପୁରସ୍କାର ବଣ୍ଟନ କରିଥିଲେ I ପରାଜୟ ଲାଉଡି ଦଳକୁ ଶ୍ରୀ ଯୋଗୀ ରାଜୁ ସମସ୍ତ ଖେଳାଳି କୁ ମେଡ଼ାଲ ସହ ଦଶହଜର ଟଙ୍କା ଦେଇଥିବା ବେଳେ, ପଟାଙ୍ଗି ଲେମ୍ଫସ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ବାଙ୍କାଙ୍କ ଦ୍ୱାରା ଲ୍ୟାମ୍ପ ମେନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ଏଥି ସହ ଶ୍ରୀ ଖରା କହିଥିଲେ ଯେ ମୁଁ ପଦବିରେ ଥାଏ କି ନ ଥାଏ ଆପଣ ମାନଙ୍କ ଏହି ଭଳି ଖେଳ କୁଦକୁ ଆଗ୍ରହ କରିବାକୁ ସବୁ ସମୟରେ ସାହାଯ୍ୟ କରିବି ଖେଳାଳୀ ମାନଙ୍କ ଉତ୍ସାହ ସବୁବେଳେ ଏହିପରି ଆଗ୍ରହ ବଡ଼ି ରହିଥିବାର ହିଁ ମୁଁ ଚାହେଁ I କାରଣ ଖେଳ ହି ଆମ ସମ୍ପର୍କ କୁ ନିବିଡ ସମ୍ଫର୍କ କରିବା ସହ ଗ୍ରାମ ଗ୍ରାମରେ ଏକତା ର ବାର୍ତ୍ତା ଦେଇଥାଏ I ଆଗକୁ ବର୍ଷା ଋତୁ ଆସୁଥିବାରୁ ସମସ୍ତ ଖେଳାଳି ନିଜ ନିଜ ଗାଁରେ ଗୋଟିଏ ଗୋଟିଏ ଗଛ ନିଶ୍ଚୟ ଲଗେଇବେ.. ତାହା ହେଲେ ଆମ ପରିବେଶ ସୁସ୍ଥ ରହିବା ସହ ଆମେ ସୁସ୍ଥ ରହିବା ଏହି ବାର୍ତ୍ତା ଦେଇ ଲୋକ ମାନଙ୍କୁ ନିବେଦନ କରିଥିଲେ I
ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍


