ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

 ନବରଙ୍ଗପୁର : (ତା ୧.୮.୨୦୨୬ )(ରବି ନାରାୟଣ ମହାନ୍ତି)- ଜିଲ୍ଲା ସଦର ମହକୁମା ନବରଙ୍ଗପୁରଠାରେ ଆସନ୍ତା ୮୦ ତମ ସ୍ବାଧିନତା ଦିବସ -୨୦୨୬ ମହା ସମାରୋହରେ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ପାର୍ଥ ଜଗଦୀଶ କାଶ୍ୟପ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ମାନ୍ୟବର ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ, ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଡିଗା , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ,ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।ସ୍ୱାଧୀନତା ଦିବସ ଦିନ ସକାଳ ୪.୩୦ ମି ସମୟରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାମଧୂନ୍ ପରିବେଷଣ, ସକାଳ ୭.୦୦ ମି ସମୟରେ ସହର ସ୍ଥିତ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା,ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ଷ୍ଟାଡିୟମ ଠାରେ ସକାଳ ୦୯.୧୫ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଅଭିବାଦନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ଟେଣ୍ଟ ଓ ଚୌକି ବ୍ୟବସ୍ଥା,ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ପ୍ରତିମୂର୍ତ୍ତି ସ୍ଥଳ ସଫା,ଟ୍ରାଫିକ ନିୟନ୍ତ୍ରଣ , ଶାନ୍ତି ଶୃଙ୍ଖଳା,ପ୍ୟାରେଡ ଅଭ୍ୟାସ,ସାମୁହିକ ପ୍ୟାରେଡ୍, ଫଳ ଓ ମିଷ୍ଟାନ୍ନ ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା,ଅଗ୍ନି ନିର୍ବାପନ , ପିଇବା ପାଣି, ପ୍ରାଥମିକ ଚିକିତ୍ସା ଆମ୍ବୁଲାନ୍ସ, ଅସ୍ଥାୟୀ ବିଦ୍ୟୁତ ଯୋଗାଣ, ଅସ୍ଥାୟୀ ଶୌଚାଳୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ,ପ୍ରଦର୍ଶନୀ ଫୁଟବଲ୍ ମ୍ୟାଚ୍ , ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନ,ଫଳ ଓ ମିଷ୍ଟାନ୍ନ ବଣ୍ଟନ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ପୂର୍ତ୍ତ, ପୌର ପରିଷଦ, ସ୍ବାସ୍ଥ୍ୟ ବିଭାଗ, ପୋଲିସ୍, ଉଦ୍ୟାନ ବିଭାଗ, ପି.ଏଚ୍. ଡି. ,ଯୋଗାଣ ବିଭାଗ, ଶିକ୍ଷା ବିଭାଗ, ସମାଜ କଲ୍ୟାଣ ,ଜିଲ୍ଲା ପରିବହନ, ସ୍ଵମନୀତ ଆଦିବାସୀ ଉନ୍ନୟନ ସଂସ୍ଥା,କୃଷି,କ୍ରୀଡ଼ା ,ସଂସ୍କୃତି , ସୁଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ଵ ଦିଆଗଲ। ଚଳିତ ବର୍ଷ ବିଭିନ୍ନ ସ୍କୁଲ୍ କଲେଜ୍ ରୁ ୨୬ ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୧୧/୮, ୧୨/୮ ଏବଂ ୧୩/୮/୨୦୨୬ ସକାଳ ୦୮.୦୦ ଘ: ସମୟରେ ନବରଙ୍ଗପୁର ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନ ନିଜ ନିଜର ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ କହିବା ସହ ସ୍ୱାଧୀନତା ଦିବସ କୁ ଶାନ୍ତି ଶୃଙ୍ଖଳା ସହ ମହା ସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ଼ ରେ କ୍ରାନ୍ତି ଶୋଭାଯାତ୍ରା

Sunil Chandra Nayak

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

କାଜୁ ଆମ୍ବ ଗୋଟାଉଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!