ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହଲକ୍ଷ୍ମୀ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଗୃହଲକ୍ଷ୍ମୀ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ସିନିୟର୍ ସୋସିଆଲ ସୋସାଇଟି ରାଉରକେଲା ଓ ଏହାର ଅନ୍ୟତମ ସହଯୋଗୀ ଗୃହଲକ୍ଷ୍ମୀ ସହ ତୁମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ କରି ୧୦ ଯୋଡା ଦମ୍ପତି ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ଆବାହକ ଗୈ।ରାଙ୍ଗ ସେଠୀଙ୍କ ଆବାହକତ୍ୱ ତଥା ଉପଦେଷ୍ଟା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ରେଞ୍ଜର ସୁଶ୍ରୀ ସୁଚିସ୍ମିତା ଦାସ ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଗ୍ରେସୀ ଡେଭିଡ, ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ, ପ୍ରକୃତିପ୍ରେମୀ ମନୋଜ କୁମାର ମାଝୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ପରିଜା, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ସୀତାରାମ ସୁନା,ସମାଜସେବୀ ନିରୋଜ ମିଶ୍ର,ସତ୍ୟ ସାହୁ,ଅଲ ଇଣ୍ଡିଆ ରେଡିଓ ର ଉଦଘୋଷକ ଅଶୋକ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ର ଉପକାରିତା ଓ ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ସୁଶ୍ରୀ ଦାଶ ଓ ଅନ୍ୟଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବୃକ୍ଷରୋପଣର ଉପକାରିତା,ପ୍ରଦ୍ୟୁଷଣ ରୁ ରକ୍ଷା, ବୃକ୍ଷ ର ଯତ୍ନ, ରକ୍ଷଣାବେକ୍ଷଣ,ତାର ସୁରକ୍ଷା, ବୃକ୍ଷର ପୁନ୍ନରୋପଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉର୍ମିଳା ଡାଳୁଆ, ଜ୍ୟୋସ୍ନାରାଣୀ ରାଉତ, ଲକ୍ଷ୍ମୀ ନାୟକ, ରାଧିକା ସେଠୀ,ପ୍ରଶ୍ମିତା ସାହୁ,ଛନ୍ଦା ମାଝୀ, ଶୁକୁମତୀ ସୋରେନ, ନରେନ୍ଦ୍ର ସିଂ କାହ୍ଲା, ମୀନାକ୍ଷୀ ଓଝା, ସୁଲୋଚନା ଓଝା,ସୁବାସୀନି ବିଶ୍ବାଳ, ସବିତା ରାଉଳ,ପ୍ରକାଶ ନାୟକ, ଶିବଶଙ୍କର ବିଶ୍ବାଳ,ଗଦାଧର ସାହୁ,ଜଗଦିଶ ପଶାୟତ, ଯୋଗେଶ ପଶାୟତ ଓ ବିଦ୍ୟାଳୟର ସୁସ୍ମିତା ସାହୁ, ମମତାମୟୀ ପଟେଲ,ରୀନୁ ପ୍ରଧାନ ଓ ଅନ୍ୟମାନେ ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ ତାହାର ସୁରକ୍ଷା ପାଇଁ ପ୍ରତିବଦ୍ଧତା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଚିସ୍ମିତା ରାଉତ,ଶ୍ରୀତମ ସେଠୀ,ରାଜେଶ ପ୍ରସାଦ,ସହାୟିକା ସୁମିତ୍ରା ପଶାୟତ, ସୁମିତ୍ରା ସିଂ,ସୁଗୀ ସମାସୀ,ବାସୁଦେବ ନାଗ,ଶାର୍ଦୁ ଖାଡିଆ ଙ୍କ ସମେତ ସିଟିଜେନ ସୋସାଇଟି ର ବହୁ ସଦସ୍ୟ ଯୋଗଦେଇ ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରିଥିଲେ। ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଓ ଜଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆବାହକ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ

masiha

ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

masiha

Leave a Comment

error: Content is protected !!