ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ପୋଲିସ ଥାନା ପରିସରରେ ନିଶା ବିରୋଧୀ ଶପଥ ଗ୍ରହଣ ସମାରୋହ 

 ଲାଞ୍ଜିଗଡ ପୋଲିସ ଥାନା ପରିସରରେ ନିଶା ବିରୋଧୀ ଶପଥ ଗ୍ରହଣ ସମାରୋହ 

କଳାହାଣ୍ଡି,୩୧/୧୦ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ଥାନାରେ ଆଜି ଶନିବାର ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସର ତଥା ରାଷ୍ଟୀୟ ଏକତା ଦିବସ କାଯ୍ୟକ୍ରମ ରେ ଲାଞ୍ଜିଗଡ ପୋଲିସ ପକ୍ଷରୁ ନିଶା ନିବାରଣ,ନିଶା ଦ୍ରବ୍ୟ ନଷ୍ଟ କରିବା,ନିଶା ବିରୋଧ ଶପଥ ଗ୍ରହଣ,ନିଶା ମୁକ୍ତ ଓଡିଶା ଗଠନ ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ଯଶବନ୍ତ ହିଆଲ ଙ୍କ ନେତୃତ୍ୱ ରେ ନିଶା ନିବାରଣ ନିମନ୍ତେ ସମସ୍ତ ପୋଲିସ ବିଭାଗ କର୍ମଚାରି ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ଛୋଟ-ଛୋଟ ବାଳକ,ବାଳିକା ତଥା ଜନସାଧାରଣ ନିଶା ରୁ ଦୁରେଇ ରହିବା ଓ ସ୍ୱାସ୍ଥ୍ୟ ଜୀବନ ଯାପନ କରିବା ଦିଗରେ ସତେଚନା ବାର୍ତ୍ତା ଜଣାଇଥିଲେ l ଏହା ପରେ ଲାଞ୍ଜିଗଡ ଥାନା ପରିସରରେ ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ଅଧ୍ୟକ୍ଷତାରେ ଏକ ଜନ ସଚେତନତା ସଭା ର ଆୟୋଜନ କରାଯାଇଥିଲା । ଏଥିରେ ଏ.ଏସ.ଆଇ ବଳଭଦ୍ର ଗୌଡ଼,ଏ.ଏସ.ଆଇ ନୀତିନ ଚତୁର୍ବେଦୀ,ଏ.ଏସ.ଆଇ ସ୍ଵର୍ଣଲତା ଗମାଙ୍ଗୋ, ଆଇ.ଆଇ.ଆର.ବି ବାହିନୀର ଡେପୁଟି ସୁବେଦାର ପ୍ରଶାନ୍ତ କୁମାର ଦେଉରି,ଆଇ.ଆଇ.ଆର.ବି ବାହିନୀ କର୍ମଚାରୀ ଓ ଲାଞ୍ଜିଗଡ ଥାନାର ବିଶ୍ୱାମ୍ବର ସାହୁ,ସବିତା ସାହୁ,ସସ୍ମିତା ସାହୁ ଅଂଶ ଗ୍ରହଣ କରି ନିଶା ସେବନ ଦ୍ଵାରା ଆମ ସମସ୍ତ ଙ୍କ ଧନ ଜୀବନ ଓ ଶରୀର ରୋଗଗ୍ରସ୍ତ ଦେଉଛି ଏଣୁ ନିଶା ମୁକ୍ତ ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ l ସଭାରେ ଲାଞ୍ଜିଗଡର ଶ୍ରୀମୁଖ ଅଗସ୍ତି,କାର୍ତ୍ତିକ ଓଡ଼ିଆ,ଉଗ୍ରଷେନ ନାଗ ଓ ପୋଲିସ ବିଭାଗ ର ସମସ୍ତ କର୍ମଚାରୀ,ସାମ୍ବାଦିକ ଓ ଜନସାଧାରଣ ଉପସ୍ଥିତ ରହିଥିଲେ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କଳାହାଣ୍ଡି:ଭିଜିଲାନ୍ସ ଜାଲରେ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ 

masiha

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

ସନ୍ଧିକୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!