ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ୍ଧିକୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

ସନ୍ଧିକୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

ତାଳୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସନ୍ଧିକୁଲିହାରୀ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ସକାଳ ୧୦ ଟା ରୁ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍କୁଲ ପଞ୍ଜିକୃତ ପାଠ ତ୍ୟାଗୀ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି, ଇପ୍ସି ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ , ବରିଷ୍ଠ ଓକିଲ ମିହିର ରଞ୍ଜନ ପଟ୍ଟଯୋଶୀ, ସଂଯୁକ୍ତା ପଣ୍ଡା, ହରିଶ ଚନ୍ଦ୍ର ବାଗ , ରିଟେନର ତୁଷାର ରଞ୍ଜନ ନାଏକ, ପ୍ରଧାନ ଶିକ୍ଷକ ରିଖିରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଲିଗାଲ ଳିଟ୍ରେସି କ୍ଳବ କଣ, ଏହାର ଉଦ୍ଦେଶ୍ୟ ତଥା ଏହି କ୍ଳବ ର ସଦଶ୍ୟ ଥିବା ଛାତ୍ରଛାତ୍ରୀ ମାନଙ୍କର ଦାଇତ୍ୱ କଣ ଥାଏ ତା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍କୁଲ ପାଠ ତ୍ୟାଗୀ ର ମୁଖ୍ୟ କାରଣ, ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ବକ୍ତବ୍ୟ ରଖିଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରିଖିରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟ ର ସ୍କୁଲ ଲିଗାଲ ଲିଟ୍ରେସୀ କ୍ଳବ ର ସଦସ୍ୟ ଥିବା ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବ୍ୟାଙ୍କିଙ୍କ ସେବା ଓ ଋଣ କର୍ମଶାଳା.. ଭୂମି ହୀନ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା କର୍ମଶାଳାରେ ଚର୍ଚ୍ଚା

Sunil Chandra Nayak

ବିଶ୍ବ ମହିଳା ଦିବସରେ ମହିଳାଙ୍କୁ ମିଳିଲା ସମ୍ମାନ

masiha

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!