ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

ପାପଡାହାଣ୍ଡି,13/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୁନାଡଙ୍ଗରି ଛକରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଟ୍ରକ ଚାପରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଦୀପକ କୁମାର | ସେ ଉତ୍ତରପ୍ରଦେଶ ଅଲିଗଡ଼ ଅଞ୍ଚଳର | ସେ ସ୍ଥାନୀୟ ଭୀମାସାହିରେ ରହି ବାଇକରେ ବୁଲି ବିଭିନ୍ନ ଜିନିଷ ବିକ୍ରି କରୁଥିଲେ | ସନ୍ଧ୍ୟରେ ସେ ଜଟାଵାଲ ଆଡୁ ନିଜ ଘର ପାପଡାହାଣ୍ଡି ଫେରିବା ସମୟରେ ସୁନାଡ଼ଙ୍ଗରି ରାସ୍ତାରୁ ଆସୁଥିବା ଟ୍ରକ ସହ ତାଙ୍କର ଧକ୍କା ହୋଇ ସେ ଟ୍ରକ ଚକ ତଳେ ପଡିଯିବାରୁ ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଖବର ପାଇ ଘଟଣାସ୍ଥଳରେ ପାପଡାହାଣ୍ଡି ପୋଲିସ ପହଁଚି ଟ୍ରକଟି କୁ ଅଟକ ରଖିଛି | ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କୁସୁମି ବ୍ଳକ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ଦିଵ୍ଯାଙ୍ଗ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଧାରଣା

masiha

ସିଆର୍‌ପିଏଫ୍ ତରଫରୁ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର

Sunil Chandra Nayak

ଜନ ଜୀବନ ପାଇଁ ବିପଦ ସାଜିଛି ରାସ୍ତା କଡ଼ରେ ଥିବା ଏକାଧିକ ଶୁଖିଲା ଗଛ

Leave a Comment

error: Content is protected !!