ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

ପାପଡାହାଣ୍ଡି,13/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୁନାଡଙ୍ଗରି ଛକରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଟ୍ରକ ଚାପରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଦୀପକ କୁମାର | ସେ ଉତ୍ତରପ୍ରଦେଶ ଅଲିଗଡ଼ ଅଞ୍ଚଳର | ସେ ସ୍ଥାନୀୟ ଭୀମାସାହିରେ ରହି ବାଇକରେ ବୁଲି ବିଭିନ୍ନ ଜିନିଷ ବିକ୍ରି କରୁଥିଲେ | ସନ୍ଧ୍ୟରେ ସେ ଜଟାଵାଲ ଆଡୁ ନିଜ ଘର ପାପଡାହାଣ୍ଡି ଫେରିବା ସମୟରେ ସୁନାଡ଼ଙ୍ଗରି ରାସ୍ତାରୁ ଆସୁଥିବା ଟ୍ରକ ସହ ତାଙ୍କର ଧକ୍କା ହୋଇ ସେ ଟ୍ରକ ଚକ ତଳେ ପଡିଯିବାରୁ ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଖବର ପାଇ ଘଟଣାସ୍ଥଳରେ ପାପଡାହାଣ୍ଡି ପୋଲିସ ପହଁଚି ଟ୍ରକଟି କୁ ଅଟକ ରଖିଛି | ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୯୬ ଟି ଅଭିଯୋଗର ହେଲା ଶୁଣାଣୀ.

Sunil Chandra Nayak

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସହ ବନ୍ଧୁମିଳନ

masiha

Leave a Comment

error: Content is protected !!